FIH Hockey Women’s Nations Cup:ହକି ନେସନ୍ସ କପ୍ ଜିଣିଲେ ଭାରତୀୟ ମହିଳା ଦଳ;ଆଗାମୀ ପ୍ରୋ ଲିଗରେ ସ୍ଥାନ କଲେ ପକ୍କା, ଶୁଭେଚ୍ଛା ଜଣାଇଲେ ମୋଦୀ
ନୂଆଦିଲ୍ଲୀ:ଭାରତୀୟ ମହିଳା ହକି ଦଳ ଏଫଆଇଏଚ୍ ହକି ମହିଳା ନେସନ୍ସ କପ୍ ୨୦୨୫-୨୬(FIH Hockey Women’s Nations Cup New Zealand 2025-26)ର ଚାମ୍ପିଅନ୍ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲରେ ଭାରତ ଆୟୋଜକ ନ୍ୟୁଜିଲ୍ୟାଣ୍ଡ ଦଳକୁ ୨-୦ ଗୋଲରେ ପରାସ୍ତ କରିଛି। ନବନୀତ କୌର (୪’) ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ, ଏହା ପରେ ସୁନେଲିତା ଟପ୍ପୋ (୧୫’) ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ। ଖେଳ ଶେଷ ଯାଏଁ ଭାରତୀୟ ଦଳ ଅଗ୍ରଣୀ ବଜାୟ ରଖିଥିଲେ।
𝐆𝐥𝐨𝐫𝐲. 𝐆𝐫𝐚𝐭𝐢𝐭𝐮𝐝𝐞. 𝐑𝐞𝐜𝐨𝐠𝐧𝐢𝐭𝐢𝐨𝐧.🏆
To honour Team India’s FIH Hockey Women’s Nations Cup 2025-26 title win, Hockey India announces a cash award of ₹3 lakh for each player and ₹1.5 lakh for every member of the support staff. 🇮🇳👏
A fitting reward for a… pic.twitter.com/RVSQV6onz5
— Hockey India (@TheHockeyIndia) June 21, 2026
ଏହି ବିଜୟ ସହିତ ଭାରତୀୟ ମହିଳା ଦଳ ପରବର୍ତ୍ତୀ ସିଜନ ପାଇଁ FIH ହକି ମହିଳା ପ୍ରୋ ଲିଗ(FIH Hockey Women’s Pro League)ରେ ସ୍ଥାନ ପକ୍କା କରିଛି ।
ଟିମ୍ ଇଣ୍ଡିଆର FIH ହକି ମହିଳା ନେସନ୍ସ କପ୍ ୨୦୨୫-୨୬ ଟାଇଟଲ୍ ବିଜୟ ପରେ, ହକି ଇଣ୍ଡିଆ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ₹୩ ଲକ୍ଷ ଏବଂ ସହାୟକ କର୍ମଚାରୀଙ୍କ ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ₹୧.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛି ।
𝐃𝐞𝐞𝐩𝐢𝐤𝐚’𝐬 𝐠𝐨𝐚𝐥-𝐝𝐞𝐧 𝐫𝐮𝐧! ✨🏑
With 6 goals in the tournament, Deepika finishes as the Joint Top Scorer of the FIH Hockey Women’s Nations Cup New Zealand 2025–26 alongside USA’s Ashley Sessa. 👏💙
A well-deserved recognition in a title-winning campaign. 🇮🇳… pic.twitter.com/FgSUxzzkOB
— Hockey India (@TheHockeyIndia) June 21, 2026
ଭାରତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଥିଲା। ପୁଲ୍ ଏ ମ୍ୟାଚ୍ଗୁଡ଼ିକରେ ଭାରତ ଆମେରିକା (୩-୨), ଜାପାନ (୨-୧) ଏବଂ ଉରୁଗୁଏ (୩-୨)କୁ ପରାସ୍ତ କରିଥିଲା, ଏବଂ ତା’ପରେ ସେମିଫାଇନାଲରେ ଚିଲି ବିପକ୍ଷରେ ୬-୦ ଗୋଲରେ ଏକ ଦମଦାର ବିଜୟ ହାସଲ କରିଥିଲା। ଫାଇନାଲରେ ମଧ୍ୟ ଭାରତୀୟ ଦଳ ଏକ ଉତ୍କୃଷ୍ଟ ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡକୁ ୨-୦ ଗୋଲରେ ପରାସ୍ତ କରି ଟାଇଟଲ ହାସଲ କରିଛି ।
ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Indian hockey players bring pride and joy!
Congratulations to the women’s team for emerging as winners in the FIH Hockey Women’s Nations Cup. The team played exceptionally well throughout the entire tournament. Best wishes to the team.
May this win inspire several others to… pic.twitter.com/EdZcpyRV3L
— Narendra Modi (@narendramodi) June 21, 2026
