Latest Odisha News

BREAKING NEWS

ଯଶସ୍ୱୀ, ଶିବମଙ୍କ ବିସ୍ଫୋରକ ବ୍ୟାଟିଂରେ ଜିତିଲା ଭାରତ

ଇନ୍ଦୋର:ଯଶସ୍ୱୀ ଜୈସୱାଲ ଓ ଶିବମ ଦୁବେଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଅନୁଷ୍ଠିତ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦କୁ ୬ ୱିକେଟରେ ଜିତି ନେଇଛି । ୧୭୩ ରନର ଲକ୍ଷ୍ୟକୁ ପିଛା କରି ଟିମ ଇଣ୍ଡିଆ ୧୫.୪ ଓଭରରେ ୪ଟି ୱିକେଟ ହରାଇ ଏହାକୁ ସହଜରେ ହାସଲ କରି ନେଇଥିଲା । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ଭାରତ ୨-୦ର ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । ଯଶସ୍ୱୀ (୬୮) ଓ ଶିବମ (୬୩ ନଟଆଉଟ) ଅର୍ଦ୍ଧଶତକ ହାସଲ କରିଥିଲେ । ରୋହିତ ଶର୍ମା ଖାତା ଖୋଲି ନ ପାରିଥିବା ବେଳେ ବିରାଟ କୋହଲି ଦ୍ରୁତ ୨୯ ରନ କରିଥିଲେ । ରିଙ୍କୁ ସିଂ ୯ ରନ କରି ଅପରାଜିତ ରହିଥିଲେ । କରିମ ଜନତ ଆଫଗାନିସ୍ତାନ ପକ୍ଷରୁ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୧୭୨ ରନ କରିଥିଲା । ଗୁଲବଦିନ ନାଏବ ସର୍ବାଧିକ ୫୭ ରନ କରିଥିଲେ c। ଅନ୍ୟମାନଙ୍କ ମଧ୍ୟରେ ନାଜିବୁଲ୍ଲା ଜାର୍ଡାନ ୨୩ ଓ ମୁଜୀବ ଉର ରହେମାନ ୨୧ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ୱିକେଟ ଅକ୍ତିଆର କରିଥିଲେ । ରବି ବିଶ୍ନୋଇ ଓ ଅକ୍ଷର ପଟେଲ ୨ଟି ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.