Latest Odisha News

BREAKING NEWS

ମୁକେଶ ଅମ୍ବାନୀ କିଆରା ଓ ସିଦ୍ଧାର୍ଥଙ୍କୁ କଣ ଉପହାର ଦେଲେ ଜାଣନ୍ତୁ….

ମୁମ୍ବାଇ:  ସାତ ଜନ୍ମ ପାଇଁ ସାଥି ବି ଟାଉନ୍‌ର କ୍ୟୁଟ୍‌ କପଲ୍‌ କିଆରା ଓ ସିଦ୍ଧାର୍ଥ । ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି ସିଦ୍ଧାର୍ଥ ଏବଂ କିଆରା । ଉଭୟ ୭ ଫେବୃଆରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ୧୨ରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କରିବାକୁ ଯାଉଛନ୍ତି ସିଦ୍ଧାର୍ଥ ଏବଂ କିଆରା । ବର୍ତ୍ତମାନ ଏହାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।

ତେବେ ଉଭୟଙ୍କୁ ସମସ୍ତେ ଆଶୀର୍ବାଦ ଦେବା ସହ ବହୁତ ସାରା ଉପହାର ଦେଇଛନ୍ତି । ଏହାରି ଭିତରେ କିଆରାଙ୍କୁ ଅମ୍ବାନୀ ପରିବାର ପକ୍ଷରୁ ଏକ ସ୍ୱତନ୍ତ୍ର ଉପହାର ମିଳିଛି । ମୁକେଶ ଅମ୍ବାନୀ ସିଦ୍ଧାର୍ଥ ଓ କିଆରାଙ୍କୁ ତାଙ୍କ କମ୍ପାନୀ ରିଲାଏନ୍ସ ଟ୍ରେଣ୍ଟ ଫୁଟୱେୟାରର ନୂଆ ବ୍ରାଣ୍ଡ ଆମ୍ବାସଡର କରି ଦେଇଛନ୍ତି । ରିଲାଏନ୍ସ ରିଟେଲର ଭେଞ୍ଚର ଟ୍ରେଣ୍ଡ୍ ଫୁଟୱେୟାର କପୁଲଙ୍କୁ ବ୍ରାଣ୍ଡ ଆମ୍ବାସଡର ହେବାର ସୂଚନା ଦେଇସାରିଛନ୍ତି ।

କିଆରା ଆଡଭାନି ଓ ସିଦ୍ଧାର୍ଥ ମାଲହୋତ୍ରା ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ । ଏମାନଙ୍କର ଅନେକ ଫ୍ୟାନ ରହିଛି । ତେବେ ଅମ୍ବାନୀ ପରିବାର ପକ୍ଷରୁ କୋଟି କୋଟି ଟଙ୍କାର ଉପହାର ମିଳିବା ପରେ କିଆରା ଓ ସିଦ୍ଧାର୍ଥ ଖୁବ୍ ଖୁସି ଥିବା ଜଣାପଡ଼ିଛି  । ତେବେ ଅମ୍ବାନୀ ପରିବାର ସହ କିଆରାଙ୍କର ଭଲ ସମ୍ପର୍କ ରହିଛି । ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ହେଉଛନ୍ତି କିଆରାଙ୍କ ପିଲାଦିନର ସାଥି । କିଆରାଙ୍କ ବିବାହ ଉତ୍ସବରେ ଇଶା ତାଙ୍କ ସ୍ୱାମୀ ଆନନ୍ଦ ପିରାମଲଙ୍କ ସହ ପହଞ୍ଚିଥିଲେ । ଯାହାର ଫଟୋ ସୋଶିଆଲ ମିଡିଆରେ ଦେଖିବାକୁ ମିଳୁଛି  ।

Leave A Reply

Your email address will not be published.