ଓଡ଼ିଶା ସମ୍ବାର ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଲର୍ଡସ୍ ଟେଷ୍ଟରେ ବାଜି ମାରିଛି ଟିମ୍ ଇଣ୍ଡିଆ । ୭ବର୍ଷ ପରେ ଐତିହାସିକ ଲର୍ଡସରେ ମ୍ୟାଚ୍ ଜିତିଛି । ଲର୍ଡସରେ ଏହା ହେଉଛି ଟିମ୍ ଇଣ୍ଡିଆର ତୃତୀୟ ବିଜୟ । ଇଂଲିଶ ବାହିନୀକୁ ତା ମାଟିରେ ଧୂଳି ଚଟାଇଛି ଟିମ୍ କୋହଲି । ଦ୍ୱିତୀୟ ଇନିଂସରେ ମହମ୍ମଦ ସାମିଲ ଓ ଯଶପ୍ରୀତ ବୁମରାହଙ୍କ ଜବରଦସ୍ତ ବ୍ୟାଟିଂ ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ଟାର୍ଗେଟ ପୂରା କରିବାରେ ଫେଲ୍ ମାରିଲା ଇଂଲଣ୍ଡ ।

୧୫୧ରନରେ ଘରୋଇ ଦଳକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତ ଇଂଲଣ୍ଡ ଆଗରେ ଦେଇଥିଲା ୨୭୨ ରନର ବିଜୟଲକ୍ଷ୍ୟ । ମାତ୍ର ୧୨୦ ରନ୍ କରି ଅଲ୍ଆଉଟ୍ ହୋଇଥିଲା ଇଂଲଣ୍ଡ । ଭାରତ-ଇଂଲଣ୍ଡ ଲର୍ଡସ ଟେଷ୍ଟରେ ଚାରି ଦିନରେ ଉତଥାନ-ପତ୍ତନ ଦେଖିବାକୁ ମିଳିଥିଲା । ଅନ୍ତିମ ଦିନରେ ବଦଳିଥିଲା ମ୍ୟାଚର ମୋଡ଼ । ଭାରତ ହାତକୁ ଏମିତି ବିଜୟ ମୌକା ଆସିଥିଲା, ଯାହାକୁ ହାତଛଡ଼ା କରି ନଥିଲେ ଟିମ୍ କୋହଲି । ଆଉ ଶେଷରେ ଇତିହାସ ରଚିଲା ।

ପଞ୍ଚମ ଦିନରେ ଶେଷ ଭାଗ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଫାଷ୍ଟ ବୋଲିଂ ଆଗରେ ତିଷ୍ଠି ପାରିଲେନି ଇଂଲିଶ ବ୍ୟାଟ୍ସମ୍ୟାନ୍ । ଦ୍ୱିତୀୟ ଇନିଂସରେ ଘରୋଇ ଟିମ୍ ଦୁଇ ଜଣ ଖେଳାଳି ଖାତା ଖୋଲିବା ଆଗରୁ ପାଭିଲନ୍ ଫେରିଥିଲେ । ଭଲ ଫର୍ମରେ ଥିବା କ୍ୟାପଟେନ୍ ଜୋ ରୁଟ୍ ବି କିଛି କମାଲ କରିପାରିଲ ନାହିଁ । ସେ ଆଉଟ୍ ହେବା ବେଳକୁ ଦଳର ସ୍କୋର ଥିଲା ୫ ଓ୍ୱିକେଟ ବିନିମୟରେ ୬୭ ରନ୍ ।
ପରେ ମୋଇନ୍ ଅଲ୍ଲୀ ଓ ବଟଲର ଦଳକୁ ପରାଜୟରୁ ବଞ୍ଚାଇବାକୁ କସରତ କରିଥିଲେ । କିନ୍ତୁ ମହମ୍ମଦ ସିରାଜ ଏହି ଯୋଡ଼ିକୁ ଭାଙ୍ଗି ଭାରତର ବିଜୟ ଆଶା ଉଜ୍ଜିବୀତ କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି ଓ ବୁମରାହ ନେଇଥିଲେ ୩ଟି ଓ୍ୱିକେଟ । ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିବା ଲୋକେଶ ରାହୁଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଭାରତ ୧-୦ରେ ସିରିଜ ଆଗୁଆ ରହିଛି ।
BREAKING NEWS
- ସିଜେଆଇଙ୍କୁ ଭେଟିବେ, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିବେ; ଖଡ଼ଗେ କହିଲେ – ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି
- ବଲିଉଡର ସେହେନସା; ବିଗ୍ ବି’ଙ୍କ ନାଁରେ ରହିଛି ଏସବୁ ରେକର୍ଡ…
- CJP on Detentions: ‘ଜନତାଙ୍କ ଉପରେ ଖାକିର ଚାପ…ନିଜ ନାଗରିକଙ୍କ ବିରୋଧରେ ସରକାରଙ୍କ ଯୁଦ୍ଧ!’, ମୁକୁଳିବା ପରେ ସରକାରଙ୍କୁ ଘେରିଲେ CJP ନେତା
- Major Flood Hits Nepal: ନେପାଳରେ ପୁଣି ପ୍ରଳୟଙ୍କରୀ ବନ୍ୟା! ଘର, ପୋଲ, ବେସ୍ କ୍ୟାମ୍ପକୁ ଭସାଇ ନେଲା ବୁଢ଼ୀ ଗଣ୍ଡକୀର ପ୍ରଖର ସ୍ରୋତ
- ପାର୍ବଣ ପୂର୍ବରୁ ପୋଲିସକୁ ବଡ ସଫଳତା;ଚେକିଂ ବେଳେ ଦେଶୀ ବନ୍ଧୁକ ଓ ଗୁଳି ଜବତ
- ଛାତ୍ର ସଂସଦ ନିର୍ବାଚନ; ମଇଦାନରେ ୩୪୭ କଲେଜ ଓ ୧୩ ବିଶ୍ୱବିଦ୍ୟାଳୟରେ ୬୭୦୮ ପ୍ରାର୍ଥୀ…
- ୮୪ ବର୍ଷରେ ବିଗ୍ ବି; କେବିସିରେ ଜନ୍ମଦିନ ସେଲିବ୍ରେଟ କଲେ ମାଧୁରୀ…
- SC on CJP Protest: ବ୍ୟାରିକେଡ୍ ହଟାଅ, ଇଣ୍ଟରନେଟ୍ ଚାଲୁ କର…CJP ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
- ଦିଲ୍ଲୀରେ ମୁକ୍ତ ହେଲେ ୩ CJP ନେତା, ରହିଛି ଏହି ସର୍ତ୍ତ…
- Preventive Arrest: ପ୍ରିଭେଣ୍ଟିଭ୍ ଆରେଷ୍ଟ କ’ଣ? କ’ଣ ଅପରାଧ ପୂର୍ବରୁ ବାନ୍ଧି ପାରିବ ପୋଲିସ୍?

Comments are closed.