Latest Odisha News

BREAKING NEWS

ନନ୍ଦନକାନନରେ ନୂଆ ଅତିଥି: ମାଆ ହେଲା ସିଂହୀ ବିଜଲୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହର ବଂଶବୃଦ୍ଧି ହୋଇଛି । ମାତୃତ୍ୱ ଲାଭ କରିଛି ସିଂହୀ ବିଜଲି । ଆଜି ସେ ତିନୋଟି ଛୁଆ ଜନ୍ମ ଦେଇଛି । ସେଥିରୁ ଗୋଟିଏ ନବଜାତ ସିଂହର ମୃତ୍ୟୁ ହୋଇଛି । ସିଂହ ସଫାରୀର ଏକ ସ୍ୱତନ୍ତ୍ର ସେଲରେ ଅଛି ବିଜଲୀ । ମେଡିକାଲ ଅଫିସର ଓ ନନ୍ଦନକାନନ କର୍ମଚାରୀ ତା ଉପରେ ୨୪ ଘଣ୍ଟିଆ ସିସିଟିଭିରୁ ନଜର ରଖିଛନ୍ତି ।

ଭୋର ୨.୪୩ ମିନିଟରେ ପ୍ରଥମ ଛୁଆକୁ ଜନ୍ମ ଦେଇଥିଲା ବିଜଲୀ । ୩ଟା ୧୨ରେ ଦ୍ୱିତୀୟ ଓ ୩ଟା ୩୮ ମିନିଟରେ ତୃତୀୟ ଶାବକକୁ ଜନ୍ମ ଦେଇଥିଲା । ଗତ ଏପ୍ରିଲ ମାସରେ ବିଳସପୁର ଚିଡିଆଖାନାରୁ ଆସିଥିବା ପୁରୁଷ ସିଂହ ସମ୍ରାଟ ସହ ସିଂହୀ ବିଜଲିର ମିଳନ କରାଯାଇଥିଲା । ଗତବର୍ଷ ଡିସେମ୍ବରରେ କମଳା ନେହେରୁ ଚିଡିଆଖାନାରୁ ଆସିଥିଲା ସିଂହୀ ବିଜଲୀ ।

ବର୍ତ୍ତମାନ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ପ୍ରାଣୀ ଉଦ୍ୟାନରେ ୩ଟି ପ୍ରଜାତିର ୧୬ଟି ସିଂହ ଓ ସିଂହୀ ଅଛନ୍ତି । ୨୦୦୪ ମସିହା ପରଠାରୁ ନନ୍ଦନକାନନରେ ସିଂହ ବଂଶ ବୃଦ୍ଧି ପାଇନଥିଲା ।

Leave A Reply

Your email address will not be published.