Latest Odisha News

ବାୟୁସେନାର ‘ସୂର୍ଯ୍ୟ କିରଣ’ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

ଚମରାଜନଗର: ବାୟୁସେନାର ସୂର୍ଯ୍ୟ କିରଣ ପ୍ରଶିକ୍ଷଣ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। କର୍ଣ୍ଣାଟକ ଚମରାଜନଗର ଜିଲ୍ଲା ବୋଗାପୁର ଗାଁରେ ବିମାନଟି ଖସିପଡ଼ିଛି। ନିୟମିତ ପ୍ରଶିକ୍ଷିଣ ପାଇଁ ବିମାନଟି ଉଡ଼ାଣ ଭରିଥିବା ବେଳେ କ୍ରାସ୍ ହୋଇ ତଳେ ପଡ଼ିଯାଇଛି। ତେବେ ସ୍ୱୌଭାଗ୍ୟର କଥା ହେଲା ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ଏନେଇ ବାୟୁ ସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ବିମାନଟି କ୍ରାସ୍ ହେବା ପୂର୍ବରୁ ଏଥିରେ ଥିବା ଦୁଇଜଣ ପାଇଲଟ ଏଥିରୁ ବାହାରି ଆସିଥିଲେ। ପାଇଲଟଙ୍କ ମଧ୍ୟରୁ ଜଣେ ମହିଳା ପାଇଲଟ୍‌ ବି ଥିଲେ। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବାୟୁସେନା ଟ୍ୱିଟ୍ କରି କହିଛି।

ଗତମାସରେ ବାୟୁସେନାର MiG-21 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ରାଜସ୍ଥାନ ହୁମାନଗଡ଼ରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ପାଇଳଟ୍‌ଟି ବି ନିୟମିତ ପ୍ରଶିକ୍ଷଣ ଉଡ଼ାଣ ଭରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ। ମାମଲାର ତଦନ୍ତ ହୋ ଇଥିଲା।

ତେବେ କର୍ଣ୍ଣାଟକ ବୋଗାପୁରରେ ଘଟିଥିବା ବିମାନ ଦୁର୍ଘଟଣା ପ୍ରକୃତ କାହିଁକି ହେଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ଏନେଇ ତଦନ୍ତ ଜାରି ରହିଛି। ଆହତ ପାଇଲଟଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.