Latest Odisha News

BREAKING NEWS

ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ୟୁଟ୍ୟୁବର ସିଇଓ ଭାବେ ନିଯୁକ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁଟ୍ୟୁବର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ପଦରୁ ଇସ୍ତଫା ଦେଲେ ସୁସାନ ୱୋଜିକ (Susan Wojcicki) । ଗୁରୁବାର ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେବା ପରେ ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବ ନିଲ ମୋହନ ୟୁଟ୍ୟୁବର ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ଏହାପୂର୍ବରୁ ନୀଲ ମୋହନ ନିଜେ ୟୁଟ୍ୟୁବର ଅନ୍ୟତମ ପ୍ରମୁଖ ଅଧିକରୀ ଥିଲେ।

BjdElectrycity

ୟୁଟ୍ୟୁବ୍ ସିଇଓ ସୁଜାନ୍ ଗତ ନଅ ବର୍ଷ ଧରି ୟୁଟ୍ୟୁବର ନେତୃତ୍ୱ ନେଇଥିଲେ। ବର୍ତ୍ତମାନ ତାଙ୍କ ପରେ ନୀଲ ମୋହନ ଏହି ଦାୟିତ୍ୱ ପୂରଣ କରିବେ। ଷ୍ଟାନଫୋର୍ଡ ୟୁନିଭରସିଟିରୁ ନୀଲ ମୋହନ ପାଠ ପଢିଛନ୍ତି। ଖବର ଅନୁଯାୟୀ। ସେ ଜଣେ ଇଞ୍ଜିନିୟର ଥିଲେ। ଯେଉଁଠାରେ ନୀଲ ଷାଠିଏ ହଜାର ଡଲାରର ଦରମା ପାଉଥିଲେ।

ନୀଲ ମୋହନ Accentureରେ ସିନିୟର ଆନାଲିଷ୍ଟ ଭାବରେ କାମ କରିଛନ୍ତି। ଏହାପରେ ସେ DoubleClick Incର ବିଭିନ୍ନ ଭୂମିକାରେ କାମ କରିଥିଲେ। ନୀଲ ମୋହନ ଏହି କମ୍ପାନୀରେ ତିନି ବର୍ଷ ପାଞ୍ଚ ମାସ ନିର୍ଦ୍ଦେଶକ। ଗ୍ଲୋବାଲ କ୍ଲାଏଣ୍ଟ ସର୍ଭିସ ଭାବରେ କାମ କରିଥିଲେ। ସେ ପ୍ରାୟ ଦୁଇ ବର୍ଷ ସାତ ମାସ କମ୍ପାନୀରେ ବ୍ୟବସାୟ ଅପରେସନରେ ଉପାଧ୍ୟକ୍ଷ ଦାୟିତ୍ୱରେ ଥିଲେ। ଏହା ପରେ ସେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ। ଏବଂ ଏଠାରେ ଚାରିମାସ କାମ କରିବା ପରେ ସେ ପୁଣି DoubleClick Incରେ ଯୋଗ ଦେଇଥିଲେ। ଯେଉଁଠାରେ ସେ ପ୍ରାୟ ତିନି ବର୍ଷ ଚାକିରି କରିଥିଲେ।

DoubleClick Inc ସହିତ ତାଙ୍କର ଦ୍ୱିତୀୟ ଇନିଂସ ଶେଷ କରିବା ପରେ ସେ ଗୁଗୁଲରେ ଯୋଗ ଦେଇଥିଲେ। ଯେଉଁଠାରେ ସେ ସିନିୟର ଭାଇସ ପ୍ରେସିଡେଣ୍ଟ, ଡିସପ୍ଲେ ଏବଂ ଭିଡିଓ ବିଜ୍ଞାପନ ଦାୟିତ୍ୱର ନେତୃତ୍ୱ ନେଇଥିଲେ । 2015ରେ ତାଙ୍କୁ ୟୁଟ୍ୟୁବର ଚିଫ ପ୍ରଡକ୍ଚ ଅଫିସର କରାଯାଇଥିଲା। ଏହାପରେ ବର୍ତ୍ତମାନ ୟୁଟ୍ୟୁବର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜାନଙ୍କ ଇସ୍ତଫା ପରେ ତାଙ୍କୁ ୟୁଟ୍ୟୁବର ନୂଆ ସିଇଓ ଭାବେ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ ଅନେକ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି।

Leave A Reply

Your email address will not be published.