Latest Odisha News

BREAKING NEWS

ବାଲୁକା କଳା ଦ୍ୱାରା ସ୍ୱର୍ଣ୍ଣିମ ବିଜୟ ବର୍ଷକୁ ସ୍ୱାଗତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକା କଳା ମାଧ୍ୟମରେ ସ୍ୱର୍ଣ୍ଣିମ ବିଜୟ ବର୍ଷକୁ ସ୍ୱାଗତ କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ଭାରତୀୟ ସେନା ଏହାର ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି। ଆସନ୍ତା ଡ଼ିସେମ୍ବର ୧୬ତାରିଖକୁ ଦେଶ ବିଜୟ ଦିବସଭାବେ ପାଳନ କରିବ। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହ ବଙ୍ଗଳାଦେଶ ଗଠନ ନେଇ ସ୍ମୃତି ଉଦ୍ଦେଶ୍ୟରେ ଏହା ପାଳନ କରିଥାଏ।

ଚଳିତବର୍ଷ ଏହି ବିଜୟର ୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅସ୍ମିତା ଭରିଦେବା ପାଇଁ ଭାରତୀୟ ସେନା ପକ୍ଷରୁ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି। ଏହାସହ ସ୍ୱର୍ଣ୍ଣିମ ବିଜୟ ମଶାଲ ଯାତ୍ରା ହେଉଛି। ଗତ ଅକ୍ଟୋବର ୨୦ତାରିଖରୁ ୭ନଭେମ୍ବର ମଧ୍ୟରେ ଓଡ଼ିଶାରେ ସ୍ୱର୍ଣ୍ଣିମ ବିଜୟ ମଶାଲ କରାଯାଉଛି। ଏହି ବିଜୟ ମଶାଲ ନଭେମ୍ବର ୫ତାରିଖରେ ପୁରୀରେ ପହଞ୍ଚିବ। ମହାଆଡ଼ମ୍ବର ସହ ଏହାକୁ ସ୍ୱାଗତ କରାଯିବ।

ଜିଲ୍ଲାପାଳଙ୍କ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୂର୍ବରୁ ଅନୁଷ୍ଠିତ ହୋଇଛି। ଆସନ୍ତା ୫ତାରିଖ ସକାଳେ ବ୍ଲୁ ଫ୍ଲାଗ ବିଚରେ ବାଲୁକା କଳା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପରେ ଏହାକୁ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱାଗତ କରାଯିବ।ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ହାଇସ୍କୁଲ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବ। ଏନସିସି, ରେଡ଼କ୍ରସ ଓ ଏନଏସଏସ ସ୍ୱେଚ୍ଛାସେବୀ ସାମିଲ ହେବେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ନୋଡ଼ାଲ ଅଫିସରଭାବେ ଦାୟିତ୍ୱ ଦିଆଯାଇଛି। ଏହି ଉତ୍ସବ ପାଳନ ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇଦିଆଯିବ।

Leave A Reply

Your email address will not be published.