Latest Odisha News

BREAKING NEWS

ଆଜିଠୁ ୟୁଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ। କୋଭିଡ଼୍ କଟକଣା ସହ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି। ୨୦୨୧-୨୨ଶିକ୍ଷାବର୍ଷରେ ନାମ ଲେଖାଇଥିବା ପ୍ରଥମ ବର୍ଷ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ ପଢ଼ାଯିବ।

କରୋନା ଗାଇଡ଼ଲାଇନ୍ ଅନୁଯାୟୀ, କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ବାରମ୍ବାର ହାତ ଧୋଇବା ସହ ହାତ ସାନିଟାଇଜ୍ କରିବେ। କ୍ଲାସରୁମ, ଲାଇବ୍ରେରୀ ଓ ଲାବ୍ରୋଟୋରୀରେ ସାମାଜିକ ଦୂରତା ରକ୍ଷା କରାଯିବ। କାଶ, ଛିଙ୍କ ହେଲେ ମୁହଁ ଏବଂ ନାକକୁ ରୁମାଲ ଦ୍ୱାରା ଘୋଡ଼ାଇବେ। ଆଇସୋଲେସନ ରୁମ୍ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି।

Leave A Reply

Your email address will not be published.