Latest Odisha News

BREAKING NEWS

ଅରୁଣାଚଳ ସୀମାରେ ପୁଣି ଚୀନ୍ ଓ ଭାରତ ସେନା ମୁହାଁମୁହିଁ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପୂର୍ବ ଲଦାଖରେ ପୁଣି ଚୀନ୍ ସେନା ଓ ଭାରତୀୟ ସେନା ମୁହାଁମୁହିଁ ହୋଇଛନ୍ତି। ଉଭୟ ସେନା ମଧ୍ୟରେ ଛକାପଞ୍ଝା ଲାଗି ରହୁଥିବାରୁ ଏବେ ଭାରତୀୟ ସେନା ପକ୍ଷରୁ ପାଟ୍ରୋଲିଂକୁ ବ୍ୟାପକ କରାଯାଇଛି । ଚୀନ୍ ସଡଯନ୍ତ୍ର ଜାରି ରଖିଥିବାରୁ ଅରୁଣାଚଳ ପ୍ରଦେଶକୁ ନେଇ ଭାରତୀୟ ସେନାର ଚିନ୍ତା ବଢ଼ିବାରେ ଲାଗିଛି ।ଏହି ଅଞ୍ଚଳରେ ଏବେ ଭାରତୀୟ ସେନା ସଡକ ଭିତ୍ତିଭୂମିକୁ ସୁଦୃଢ କରିବାରେ ଲାଗିଛି ।

ସେପଟେ ଚୀନ୍ ମଧ୍ୟ ତାର ସୀମାରେ ସେନାମୃତୟନ କରିବା ସହ ଭିତ୍ତିଭୂମି ସୁଦୃଢ କରିବାରେ ଲାଗିଛିା ଭାରତୀୟ ସେନା ମଧ୍ୟ ସେନା ମୃତୟନ ବଢେଇବାରେ ଲାଗିଛି।ଅରୁଣାଚଳ ପ୍ରଦେଶକୁ ସାଧାରଣତଃ ଦୁଇ ଭାଗରେ ଭାଗ କରାଯାଇଥାଏ।ଗୋଟିଏ ହେଲା ପଶ୍ଚିମରେ ଥିବା କାମେଙ୍ଗ ଅଞ୍ଚଳ ଏବଂ ଅନ୍ୟଟି ହେଲା ଆରଏଏଲପି। ଆରଏଏଲପି ଅଂଚଳ ଅତିକ୍ରମଣ ଚୀନ୍‌ ସେନା ପାଇଁ ସହଜ ଥିବାରୁ ଏହା ଚିନ୍ତାର କାରଣ ପାଲଟିଛି।

ଏଠାରେ ଭାରତ ସେନା ମୁତୟନ ବଢ଼ାଇବା ସହ ଅହରହ ନଜର ରଖିବାକୁ ବ୍ୟାପକ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିଛି। ପୂର୍ବରୁ ସମଗ୍ର ଆରଏଏଲପି ପାଇଁ ଗୋଟିଏ ସେନା ଡିଭିଜନ ରହିଥିଲା। କିନ୍ତୁ ବର୍ତ୍ତମାନ ଏହି ଅଂଚଳ ଦାୟିତ୍ବରୋ ୩ଟି କର୍ପସ ଏହି ଦାୟିତ୍ବରେ ଅଛନ୍ତି।  ଚୀନ ମଧ୍ୟ ଏହି ସୀମାରେ ସବୁ ଅଞ୍ଚଳରେ ରାସ୍ତା ନିର୍ମାଣ କରିଛି ବୋଲି ସେନା ଅଧିକାରୀ ଜଣକ କହିଛନ୍ତି।ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚୀନ ଅଧିକ ଆକ୍ରମଣାତ୍ମକ ହୋଇଛି। ସୀମାରେ ପାଟ୍ରୋଲିଂ ବଢ଼ାଇଛି ଏବଂ ଚୀନର ସେନାର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଗସ୍ତ ସଂଖ୍ୟା ବଢ଼ାଇଛନ୍ତି।

 

Leave A Reply

Your email address will not be published.