Latest Odisha News

BREAKING NEWS

ଚଳନ୍ତା ଟ୍ରେନରୁ ଯବାନକୁ ଠେଲି ଦେଲେ ଟିଟିଇ

ପାଟନା: ଉତ୍ତର ପ୍ରଦେଶର ବରେଲି ରେଳ ଷ୍ଟେସନରେ ଗତକାଲି ଜଣେ  ଯବାନଙ୍କୁ ଚଳନ୍ତା ଟ୍ରେନରୁ ଟିକେଟ୍ କଲେକ୍ଚର ଧକ୍କା ଦେଇ ବାହାର କରି ଦେଇଛନ୍ତି । ଯାହା ଫଳରେ ଯବାନଙ୍କ ଗୋଟିଏ ଗୋଡ ଟ୍ରେନ ଚକ ତଳେ ଆସି କଟି ଯାଇଛି । ଗୁରୁତର ଅବସ୍ଥାରେ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସୂଚନା ସେଠାକାର ଜଣେ ଅଧିକାରୀ ଦେଇଛନ୍ତି । ଦୁର୍ଘଟଣା ପରେ ଟିକେଟ୍ କଲେକ୍ଟର ଫେରାର ଥିବା ବେଳେ ତାଙ୍କ ନାମରେ ମାମଲା ରୁଜୁୂ ହୋଇଛି ।

ରେଳ ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣାଟି ଗତକାଲି ସକାଳେ ୨  ନମ୍ୱର ପ୍ଲାଟଫର୍ମରେ ହୋଇଥିଲା । ଡିବ୍ରୁଗଡ- ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଟିକେଟକୁ ନେଇ ଟିଟିଇ ସୁପନ ବୋରେ ଏବଂ ଯବାନ ସୋନୁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ଟିଟିଇ  ଚଳନ୍ତା ଏକ୍ସପ୍ରେସ ଟ୍ରେନରୁ ଯବାନଙ୍କୁ ଧକ୍କା ଦେଇଥିଲେ । ଫଳରେ ସୋନୁ ଟ୍ରେନରୁ ପଡିଯାଇଥିଲେ । ତାଙ୍କର ଡାହାଣ ଗୋଡ କଟିଯାଇଛି । ତାଙ୍କୁ ମିଲିଟାରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।   ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ରାଜ୍ୟ ରେଳବାଇ ପୋଲିସର ଥାନା ଅଧ୍ୟକ୍ଷ ଅଜିତ ପ୍ରତାପ ସିଂହଙ୍କ କହିବାନୁସାରେ, ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ ଟିଟିଇଙ୍କ ନାମରେ ଧାରା ୩୦୭ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.