Latest Odisha News

BREAKING NEWS

କମ୍ପାନୀ ଛାଡ଼ୁଛନ୍ତି କର୍ମଚାରୀ, ଇସ୍ତଫା ପରେ ବନ୍ଦ ରହିଲା ଟୁଇଟର କାର୍ଯ୍ୟାଳୟ

ବଢିଲା ଟୁଇଟର ମାଲିକ ଏଲନ ମସ୍କଙ୍କ ଚିନ୍ତା । ଅଲ୍ଟିମେଟମ ଦେବା ପରେ ବି ଟୁଇଟର କର୍ମଚାରୀମାନେ କମ୍ପାନୀ ଛାଡ଼ି ଦେଉଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କର୍ମଚାରୀମାନେ ଇସ୍ତଫା ଦେବା ପରେ ଟୁଇଟର ଅଫିସକୁ ସୋମବାର ବନ୍ଦ କରି ଦିଆଯାଇଥିଲା ।

ୱାର୍କ ପ୍ଲେସ ଆପ ବ୍ଲାଇଣ୍ଡର ଏକ ସର୍ବେକ୍ଷଣରୁ ଜଣାଯାଇଛି, ୧୮୦ରୁ ୪୨ ପ୍ରତିଶତ କର୍ମଚାରୀ କମ୍ପାନୀ ଛାଡିବାର ବିକଳ୍ପ ଚିନ୍ତା କରୁଛନ୍ତି । ୨୫ ପ୍ରତିଶତ କର୍ମଚାରୀ କୁଣ୍ଠା ଏବଂ ଅନିଚ୍ଛାର ସହ ରହିବା ପାଇଁ ‘ହଁ’ ଅପ୍ସନରେ କ୍ଲିକ କରିଛନ୍ତି । ୭ ପ୍ରତିଶତ କର୍ମଚାରୀ ରହିବା ପାଇଁ ରାଜି ହୋଇଛନ୍ତି ଏବଂ କହିଛନ୍ତି ‘ମୁଁ ହାର୍ଡକୋର ଅଟେ’ । ଏଠି କହିରଖିବୁ, ୱାର୍କ ପ୍ଲେସ ଆପ ବ୍ଲାଇଣ୍ଡ ସଂସ୍ଥା କର୍ମଚାରୀଙ୍କ ଇମେଲ ଜରିଆରେ ସତ୍ୟ ସାମ୍ନାକୁ ଆଣିଥାଏ ଏବଂ ସେମାନଙ୍କର ଠିକଣା ଗୁପ୍ତ ରଖିଥାଏ ।

କମ୍ପାନୀରେ ଥିବା ଜଣେ କର୍ମଚାରୀ ଏବଂ କମ୍ପାନୀ ଛାଡ଼ିଥିବା ଜଣେ କର୍ମଚାରୀ କହିଛନ୍ତି, ମସ୍କ କେତେକ ପଦସ୍ଥ କର୍ମଚାରୀଙ୍କୁ ଭେଟିଥିଲେ ଏବଂ ସେମାନଙ୍କୁ ନ ଛାଡ଼ିବା ପାଇଁ ଅନୁରୋଧ କରିଥିଲେ । ତେବେ ସେ କେତେଜଣ କର୍ମଚାରୀଙ୍କୁ ରଖିବା ପାଇଁ ବାଛିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଅଧିକାଂଶ କର୍ମଚାରୀ ଛାଡ଼ି ଦେବା ପାଇଁ ଚାହୁଁଛନ୍ତି ।

ଟୁଇଟର ମାଲିକାନା ହାତକୁ ଆସିବା ପରେ ଏଲନ ମସ୍କ ତରବରିଆ ଭାବେ ଶୀର୍ଷ ଅଧିକାରୀଙ୍କ ସମେତ ଅନେକ କର୍ମଚାରୀଙ୍କୁ ବରଖାସ୍ତ କରିବା ସହ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିଥିଲେ । ଜାତୀୟ ଗଣମାଧ୍ୟମ ସୂତ୍ରୁର ମିଳିଥିବା ତଥ୍ୟ ଅନୁଯାୟୀ, କମ୍ପାନୀ ପକ୍ଷରୁ ସୋମବାର ଅଫିସ ବନ୍ଦ ରହିବ ବୋଲି  କର୍ମଚାରୀଙ୍କୁ ସୂଚିତ କରାଯାଇଥିଲା ।

ଅନ୍ୟପକ୍ଷେ ବୁଧବାର ସକାଳେ ମସ୍କ ଟୁଇଟର କର୍ମଚାରୀଙ୍କୁ ଇମେଲ କରି କହିଥିଲେ, ‘ଆଗକୁ ଏକ ସଫଳ ଟୁଇଟର ୨.୦ ପ୍ରସ୍ତୁତ କରିବା ଏବଂ ଦ୍ରୁତ ଗତିରେ ପ୍ରତିସ୍ପର୍ଦ୍ଧି ଦୁନିଆରେ ସଫଳ ହେବା ପାଇଁ ଆମକୁ ବହୁତ କଠୋର ହେବାର ଆବଶ୍ୟକତା ରହିଛି ।’

ମେଲରେ କର୍ମଚାରୀଙ୍କୁ ‘ହଁ’ ଅପ୍ସନରେ କ୍ଲିକ କରିବାକୁ କୁହାଯାଇଥିଲା । ଏଥିରୁ କେଉଁମାନେ ରହିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇଥିଲା । ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ଉତ୍ତର ଦେବାକୁ ଟାର୍ଗେଟ କରାଯାଇଥିଲା । ଏହାକୁ ଭିତ୍ତିକରି ଯେଉଁମାନେ ରହିବାକୁ ଚାହୁଁନାହାନ୍ତି ସେମାନଙ୍କୁ ବାହାର କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଥିଲା । ଏହା ପରେ ଟୁଇଟରର ଏକ ଗୁରୁ୍ତ୍ୱପୂର୍ଣ ବିଭାଗର ଟିମ୍ ଏକାସାଙ୍ଗରେ ଜବ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହା ପରେ ସୁରକ୍ଷା କର୍ମଚାରୀମାନେ ଗୁରୁବାର ସନ୍ଧ୍ୟାରେ କର୍ମଚାରୀଙ୍କୁ କାର୍ଯ୍ୟାଳୟରୁ ବାହାର କରିବା ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.