Latest Odisha News

BREAKING NEWS

[ଭିଡିଓ] ବରଫରେ ଫସିଥିବା ୩୦ ଜଣ ଜଣଙ୍କ ସହ ୧୨ ଗାଡ଼ିକୁ ଉଦ୍ଧାର କଲେ ଭାରତୀୟ ସେନା

ଶ୍ରୀନଗର: ୩୦ ଜଣଙ୍କୁ ନୂଆ ଜୀବନ ଦେଲେ ଭାରତୀୟ ଯବାନ । ଯବାନଙ୍କ ବୀତା ଯୋଗୁଁ ସାଧାରଣ ଲୋକମାନେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଶ୍ରୀନଗରେ ।

ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ବରପପାତ ହେଉଛି । ଚୌକିବାଲ-ଟଙ୍ଗଧର ରାସ୍ତାରେ ମଧ୍ୟ ବରଫ ପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୋମବାର ରାତିରେ ହଠାତ ଖୁନି ନାଳ ଓ ଏସଏମ ପାହାଡ଼ ନିକଟରେ ଦୁଇଟି ସ୍ଥାନରେ ହିମସ୍ଖଳନ ହୋଇଥିଲା । ଲୋକମାନେ ଗାଡ଼ି ନେଇ ଯାଉଥିବା ବେଳେ ସେଥିରେ ବରଫ ଅତଡ଼ା ଖସି ୩୦ ଜଣ ଲୋକ ଫସିଯାଇଥିଲେ ।

ଏହି ଖବର ପାଇ ଭାରତୀୟ ଯବାନର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଭାରତୀୟ ସେନାର ଦୁଇଟି ଉଦ୍ଧାରକାରୀ ଟିମ୍ ଓ ଜେନେରାଲ ରିଜର୍ଭ ଇଞ୍ଜିନିୟର ଫୋର୍ସର ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରଫ ଅତଡ଼ା ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥଲେ । ଦୀର୍ଘ ସମୟ ପରେ ପ୍ରଥମେ ୧୪ ଜଣଙ୍କୁ ଉଦ୍ଧାର କରି ନୀଲମକୁ ଆଣିଥିଲେ । ଏହାପରେ ଆଉ ୧୬ ଜଣଙ୍କୁ ଏନସି ପାସ ବା ସାଧନା ପାସକୁ ଅଣାଯାଇଥିଲା । ଉଦ୍ଧାର ହୋଇଥିବା ଲୋକଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା । ରାତି ପାହିବା ପରେ ବରଫ ଭିତରେ ରହିଯାଇଥିବା ୧୨ଟି ଗାଡ଼ିକୁ ମଧ୍ୟ ଯବାନମାନେ ବାହାର କରିଥିଲେ । ୫ରୁ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା ବୋଲି ସେନା ପକ୍ଷରୁ ସୂଚନା ମିଳିଛି । ଉଦ୍ଧାର ହୋଇଥିବା ଲୋମାନେ ସୁସ୍ଥଥିବା ଜଣା ପଡ଼ିଛି ।

Comments are closed, but trackbacks and pingbacks are open.