Latest Odisha News

BREAKING NEWS

ଆଇବା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ୭ମ ଭାରତୀୟ ଭାବେ ପଦକ ଜିତିଲେ ଆକାଶ

ନୂଆଦିଲ୍ଲୀ: ୭ମ ଭାରତୀୟ ବକ୍ସର ଭାବେ ଆକାଶ କୁମାର ଆଇବା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସର୍ବିୟାର ବେଲଗ୍ରେଡରେ ଚାଲିଥିବା ପୁରୁଷ ବିଭାଗର ୫୪ କେଜି କାଟାଗୋରିରେ ସେ କାଜକସ୍ତାନର ମଖୁମୁଦ ସାବେରଖାନଙ୍କ ନିକଟରୁ ୦-୫ରେ ପରାଜିତ ହୋଇଥିଲେ । ପଦାର୍ପଣ ବିଶ୍ୱ ଚାମ୍ପିୟନଶିପ ମୁକାବିଲାରେ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା । ବ୍ରୋଞ୍ଜ ପଦକ ସହ ସେ ୨୫,୦୦୦ ଡଲାର ପୁରସ୍କାର ରାଶି ପାଇଛନ୍ତି । ଏହି ମୁକାବିଲାରେ ୧୦୦ ଦେଶର ୬୫୦ ବକ୍ସର ଅଂଶଗ୍ରହଣ କରିଥିଲେ ।

ଆକାଶଙ୍କ ପୂର୍ବରୁ ଅମିତ ଫଙ୍ଗଲ (ରୌପ୍ୟ, ୨୦୧୯), ମନୀଷ କୌଶିକ (ବ୍ରୋଞ୍ଜ, ୨୦୧୯), ଗୌରବ ବି ଚୁରୀ (ବ୍ରୋଞ୍ଜ, ୨୦୧୭), ଶିବା ଥାପ୍ପା (ବ୍ରୋଞ୍ଜ, ୨୦୧୫), ବିକାଶ କ୍ରିଷ୍ଣା (ବ୍ରୋଞ୍ଜ, ୨୦୧୧) ଓ ବୀରେନ୍ଦ୍ର ସିଂ (ବ୍ରୋଞ୍ଜ, ୨୦୦୯) ଭାରତ ପାଇଁ ପଦକ ଜିତିଥିଲେ ।

Leave A Reply

Your email address will not be published.