Latest Odisha News

ଓଲା-ଉବେରକୁ ନୋଟିସ ପାଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର କ୍ୟାବ୍ ସେବା ପ୍ରଦାନକାରୀ ଓଲା ଏବଂ ଉବେରକୁ ଏକ ନୋଟିସ ପଠାଇ ଜବାବ ମାଗିଛନ୍ତି କେନ୍ଦ୍ର ପକ୍ଷରୁ ପଚାରାଯାଇଛି ଯେ, ବିଭିନ୍ନ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି? ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ‘ଏକ୍ସ’ ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।

ଜୋଶୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) କ୍ୟାବ୍ ସେବା ପ୍ରଦାନକାରୀ ଓଲା ଏବଂ ଉବେର କମ୍ପାନୀକୁ ବ୍ୟବହାରକାରୀଙ୍କ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ ଆଧାରରେ ସମାନ ସ୍ଥାନର ଯାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ଅଭିଯୋଗରେ ନୋଟିସ୍ ଜାରି କରାଯାଇଛି ଏବଂ ତାଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି ।

ଗତ ମାସରେ, କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ଯେ, ଗ୍ରାହକ ଶୋଷଣ ପ୍ରତି ଶୂନ୍ୟ ସହନଶୀଳତା ରହିବ ଏବଂ ସିସିପିଏ କୁ ଏହି ଅଭିଯୋଗଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କହିଥିଲେ । ସେ ଏପରି କାର୍ଯ୍ୟକଳାପକୁ ଗ୍ରାହକଙ୍କ ସ୍ୱଚ୍ଛତା ଅଧିକାରର ଉଲ୍ଲଂଘନ ବୋଲି ବର୍ଣ୍ଣନା କରିଥିଲେ ।

ସୂଚନାଯୋଗ୍ୟ, ଡିସେମ୍ବର ୨୦୨୪ରେ ଏହି ଘଟଣାଟି ସାମ୍ନାକୁ ଆସିଥିଲା । ଜଣେ ପୂର୍ବତନ ୟୁଜର ୟୁବେର ଆପରେ ଦୁଇଟି ଫୋନର ଏକ ଫଟୋ ସେୟାର କରିଥିଲେ ଯାହା ଏକ ନିର୍ଦ୍ଦିଷ୍ଟ ସ୍ଥାନ ପାଇଁ ଭିନ୍ନ ଭିନ୍ନ ଭଡା ଦର୍ଶାଉଥିଲା । ତାଙ୍କ ପୋଷ୍ଟ ଭାଇରାଲ ହେବା ପରେ, ଉବେର ଅଭିଯୋଗର ଜବାବ ଦେଇଥିଲା ଏବଂ ଭିନ୍ନ ଭିନ୍ନ ଭଡ଼ା ଦେଖାଯିବାର କାରଣ ଫୋନ୍ ବୋଲି ଅସ୍ୱୀକାର କରିଥିଲା ।

Comments are closed.