ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଗୁରୁବାର ସାଉଥାମ୍ପଟନରେ ପଂହଚିଛନ୍ତି । ଉଭୟ ପୁରୁଷ ଏବଂ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ରୋହିତ ଶର୍ମା ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ମହିଳା ଟିମ୍ ଏହି ଗସ୍ତରେ ୩ ଦିନିକିଆ ଏବଂ ୩ ଟି୨୦ ମ୍ୟାଚ ଖେଳିବେ । କୋଭିଡ-୧୯ ମହାମାରୀକୁ ଧ୍ୟାନରେ ରଖି କଟକଣା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ( ୧୮ରୁ ୨୨ ଜୁନ୍) ପାଇଁ ୨୦ ଜଣିଆ ଦଳ ଏଠାରେ ପଂହଚିଛି ।
ଟିମ୍ ଇଣ୍ଡିଆ: ରୋହିତ ଶର୍ମା, ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ, ଆର.ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଂଶିଟନ ସୁନ୍ଦର, ଯଶପ୍ରୀତ ବୁମରାହ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହ ।
ଷ୍ଟାଣ୍ଡବାଇ ଖେଳାଳି: ଅଭିମନ୍ୟୁ ଈଶ୍ୱରନ, ପ୍ରିସିଦ୍ଧି କ୍ରିଷ୍ଣା, ଅଭେଶ ଖାନ, ଅର୍ଜନ ନାଗବାସୱାଲା ।
ଇଂଲଣ୍ଡ ବିପକ୍ଷ ସିରିଜ: ପ୍ରଥମ ଟେଷ୍ଟ( ୪ରୁ ୮ଅଗଷ୍ଟ, ନଟିଂଘାମ, ଦ୍ୱିତୀୟ ଟେଷ୍ଟ (ଲର୍ଡ୍ସ ୧୨ରୁ ୧୬ ଅଗଷ୍ଟ), ତୃତୀୟ ଟେଷ୍ଟ (ଅଗଷ୍ଟ ୨୫ରୁ ୨୯ ଲିଡ୍ସ), ଚତୁର୍ଥ ଟେଷ୍ଟ (୨ରୁ ୬ ସେପ୍ଟେମ୍ବର, ଓଭାଲ ଓ ପଂଚମ ଟେଷ୍ଟ (୧୦ରୁ ୧୪ ସେପ୍ଟେମ୍ବର, ମାଂଚେଷ୍ଟର) ।
BREAKING NEWS
- କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
- ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା
- Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
- ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
- କେନ୍ଦୁଝରରେ ଖୋଲିବ ଏନଏସଡିର ରାଜ୍ୟ ଶାଖା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର..
- ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
- ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ
- ଆଇସିସି କଥା ମାନୁନି ବାଂଲାଦେଶ
- BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି
Comments are closed.