Latest Odisha News

BREAKING NEWS

ଜୁନ୍ ୨୦ ଯାଏଁ ୬ ଯୋଡା ମେମୁ ଟ୍ରେନ୍ ବାତିଲ

ଭୁବନେଶ୍ୱର: କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଦିଗରୁ ଜୁନ୍ ୨୦ ଯାଏଁ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଜୁନ ୧୧ ତାରିଖ ଠାରୁ ୨୦ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ୍

୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ।

୦୨. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ।

୦୩. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ।

୦୪. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ।

୦୫. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ।

୦୬. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ।

୧୭ ଏବଂ ୧୮ ଜୁନ୍ ବ୍ୟତୀତ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ବାତିଲ ହେଉଥିବା ବିଶେଷ ଟ୍ରେନ

୦୧. ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ।

୦୨. ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ।

୦୩. ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ।

୦୪. ୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱର ଠାରୁ ଜୁନ ୧୭ ଓ ୧୮ ତାରିଖ ବ୍ୟତୀତ ଜୁନ ୧୦ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ବାଙ୍ଗିରିପୋଷି ଠାରୁ ଜୁନ ୧୮ ଓ ୧୯ ତାରିଖ ବ୍ୟତୀତ ଜୁନ ୧୧ ରୁ ୨୧ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

୧୧ ରୁ ୨୧ ଜୁନ୍, ୨୦୨୧ ମଧ୍ୟରେ ନିର୍ଦ୍ଧିଷ୍ଟ ଦିନମାନଙ୍କରେ ବାତିଲ ହେଉଥିବା ବିଶେଷ ଟ୍ରେନ।

● ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ରୁ ୧୧ ରୁ ୨୦ ଜୁନ୍ ଏବଂ ରାୟପୁରରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ

● ୦୮୫୧୫/୦୮୫୧୬ ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ଠାରୁ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ।

● ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱର ଠାରୁ ୧୧ ରୁ ୨୦ ଜୁନ୍ ଏବଂ ଜଗଦଲପୁରରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ।

● ୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ରୁ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ଏବଂ କାଚେଗୁଡା ଠାରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ।

● ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟଣା ଠାରୁ ୧୧ ରୁ ୨୦ ଜୁନ୍ ଏବଂ କଡପା ଠାରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ।

● ୦୨୮୩୧/୦୨୮୩୨ ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ସ୍ପେଶାଲ୍ ଜୁନ ୧୧ ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ ରୁ ଏବଂ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଲିଙ୍ଗମପଲ୍ଲୀ ଠାରୁ ବାତିଲ ରହିବ।

ଜୁନ୍ ୧୨-୧୩ ଏବଂ ୧୯-୨୦ ତାରିଖ (ଶନିବାର ଏବଂ ରବିବାର) ବାତିଲ୍ ହେଉଥିବା ବିଶେଷ ଟ୍ରେନ

● ୦୮୩୦୧/୦୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ

ଆଂଶିକ ବାତିଲ୍ ହେଉଥିବା ଟ୍ରେନ

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ୧୭ ଏବଂ ୧୮ ଜୁନ୍, ୨୦୨୧ ଦିନ ପୁରୀ ଏବଂ ତାଳଚେର ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ

୦୮୩୦୧/୦୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ ୧୧ ଜୁନ୍ ଏବଂ ୧୪-୧୮ ଜୁନ୍ ୨୦୨୧ ମଧ୍ୟରେ ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ ଓ ଟିଟିଲାଗଡ଼ ଓ ରାୟଗଡା ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ

୦୨୦୯୭/୦୨୦୯୮ ଭୁବନେଶ୍ୱର-ଜୁନାଗଡ଼ ରୋଡ଼-ଭୁବନେଶ୍ୱର ବିଶେଷ ଟ୍ରେନ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରୁ ଏବଂ ୧୨ ରୁ ୨୧ ଜୁନ୍, ୨୦୧୧ ପର୍ଯ୍ୟନ୍ତ ଜୁନାଗଡ଼ ରୋଡ଼ ଠାରୁ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଓ ରାୟଗଡା ମଧ୍ୟରେ ଚଳାଚଳ କରିବ ଏବଂ ରାୟଗଡା ଠାରୁ ଜୁନାଗଡ଼ ରୋଡ଼ ମଧ୍ୟରେ ବାତିଲ ରହିବ।

ରାତ୍ରି ୮ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରହିବ

କୋଭିଡ଼୧୯ ସଙ୍କଟ ସମୟରେ ପ୍ରତିଷେଧକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲକଡାଉନ୍ ସମୟ ବଳବତ୍ତର ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରଖିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି।

Leave A Reply

Your email address will not be published.