Latest Odisha News

BREAKING NEWS

ସ୍କଟଲାଣ୍ଡରେ ଭାରତୀୟ ଦୂତାବାସଙ୍କୁ ଗୁରୁଦ୍ବାର ଯିବାକୁ ବାରଣ କଲେ ଖଲିସ୍ତାନୀ ସମର୍ଥକ

ନୂଆଦିଲ୍ଲୀ : ବ୍ରିଟେନରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ୍ତ ।  ଗତକାଲି ସ୍କଟଲାଣ୍ଡରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ଦୋରଇସ୍ବାମୀଙ୍କୁ ଗୁରୁଦ୍ବାରରେ ପ୍ରବେଶ କରିବାକୁ ବାରଣ କରିଛନ୍ତି  । ଏପରିକି ସ୍କଟଲାଣ୍ଡରେ ଭାରତ ବିରୋଧରେ ନାରାବାଜି କରିଛନ୍ତି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଖରାପ ରହିଛି ।

ଏହି ଘଟଣାର ସବିଶେଷ ତଥ୍ୟ ପ୍ରଦାନ କରି ଖାଲିସ୍ତାନ ଶିଖ୍ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ସ୍କଟଲାଣ୍ଡର ଆଲବର୍ଟ  ଡ୍ରାଇବରେ  ଥିବା ଗ୍ଲାସଗୋ ଗୁରୁଦ୍ବାର କମିଟି ସହ ବିକ୍ରମ ଦୋରଇସ୍ବାମୀଙ୍କର ଏକ ବୈଠକ  ରହିଥିଲା  । ଖଲିସ୍ତାନୀ ସମର୍ଥକ ମାନେ ଏହି ଖବର କୌଣସି ସୂତ୍ରରୁ ଆଗୁଆ ପାଇଯାଇଥିଲେ । ପରେ ଯେତେବେଳେ ବିକ୍ରମ ଗୁରୁଦ୍ବାର ପାଖରେ ପହଞ୍ଚିଥିଲେ , ସେଠାରେ ଖଲିସ୍ତାନୀ ଉଗ୍ରବାଦୀ ମାନେ ପହଞ୍ଚି ତାଙ୍କୁ ଗୁରୁଦ୍ବାରକୁ ଯିବାକୁ ବାରଣ କରିଥିଲେ ।

Leave A Reply

Your email address will not be published.