Latest Odisha News

BREAKING NEWS

୯ ମାସରେ ୧୪୬ ବାଘଙ୍କ ମୃତ୍ୟୁ , ଗତ ୧୧ ବର୍ଷ ମଧ୍ୟରେ ସର୍ବାଧିକ : NTCA

ପୁଣେ: ଦେଶରେ କମୁଛି ବାଘ ସଂଖ୍ୟା । ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି  । ଏ ନେଇ ବୋଲି ଏନଟିସିଏ ତଥ୍ୟାବଳିରୁ ଜଣାପଡ଼ିଛି। ଗତ ୧୧ ବର୍ଷ ମଧ୍ୟରେ ଏହା ସର୍ବାଧିକ  । ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ରିପୋର୍ଟ ଅନୁସାରେ ୯ ମାସ ମଧ୍ୟରେ ମୋଟ ୧୪୬ଟି ବାଘଙ୍କର ମୃତ୍ୟୁ ଘଟିଛି । ତେବେ ବୃଦ୍ଧି ପାଉଥିବା ବାଘ ମୃତ୍ୟୁ ସଂଖ୍ୟା ପଛରେ ପ୍ରକୃତ କାରଣ ଜଣା ପଡ଼ିନାହିଁ । ଚଳିତ ବର୍ଷ ରିପୋର୍ଟ ହୋଇଥିବା ସର୍ବାଧିକ ବାଘ ମୃତ୍ୟୁ ମଧ୍ୟପ୍ରଦେଶରୁ ଆସିଛି । ଏହାପରେ ରହିଛି  ମହାରାଷ୍ଟ୍ର ।

ମଧ୍ୟପ୍ରଦେଶରେ ୩୪ ବାଘଙ୍କର ମୃତ୍ୟୁ ଘଟିଥିବାବେଳେ ମହାରାଷ୍ଟ୍ରରେ ୩୨ଟି ବାଘଙ୍କର ମୃତ୍ୟୁ ଘଟିଛି । ୧୪୬ ମୃତ ବାଘଙ୍କ ମଧ୍ୟରେ ୨୪ଟି ଛୁଆ ବାଘ ରହିଛନ୍ତି । ଏହା ସିଧାସଳଖ ବାଘ ଜନସଂଖ୍ୟାର ପ୍ରଜନନ ସମ୍ଭାବନାକୁ ପ୍ରଭାବିତ କରିପାରେ ।  ଉତ୍ତର ପ୍ରଦେଶରୁ ପ୍ରାୟ ୧୭ଟି ବାଘ ମୃତ୍ୟୁ ହୋଇଥିବାବେଳେ ଆସାମରୁ ୧୧ଜଣ, କର୍ଣ୍ଣାଟକର ୯ ଜଣ ଏବଂ ରାଜସ୍ଥାନରୁ ୫ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

୨୦୨୨ ମସିହାରେ ଭାରତ ୧୨୧ ଟି ବାଘ ମୃତ୍ୟୁହାର ରିପୋର୍ଟ କରିଥିଲା ।  ୨୦୨୧ ମସିହାରେ ୧୨୭, ୨୦୨୦ ମସିହାରେ ୧୦୬ , ୨୦୧୯ ମସିହାରେ ୯୬, ୨୦୧୮ ମସିହାରେ ୧୦୧, ୨୦୧୭ ମସିହାରେ  ୧୧୭, ୨୦୧୬ ମସିହାରେ ୧୨୧, ୨୦୧୫ ମସିହାରେ ୮୨, ୨୦୧୪ ମସିହାରେ ୭୮, ୨୦୧୩ ମସିହାରେ ୬୮ ଏବଂ ୨୦୧୨ ମସିହାରେ ୮୮ ବାଘ ଙ୍କର ମୃତ୍ୟୁ ହୋଇଥିବା ଏନଟିସିଏ ତଥ୍ୟ ଦର୍ଶାଉଛି ।

 

 

Leave A Reply

Your email address will not be published.