Latest Odisha News

BREAKING NEWS

ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲ -୧୨ର ସୁଟିଂ !

ମୁମ୍ବାଇ: କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲର ନୂଆ ସିଜିନ୍‌ର ସୁଟିଂ । ଗୁରୁବାର ସୁଟିଂ ଆରମ୍ଭ ହୋଇଥିଲାବେଳେ ସମସ୍ତ ଜଜ୍ ପ୍ରତିଯୋଗୀଙ୍କ ଅଡିସନ୍ ନେବା ଆରମ୍ଭ କରିଛନ୍ତି । ମୁମ୍ବାଇର ଫିଲ୍ମ ସିଟିରେ ସିଙ୍ଗିଂ ରିୟାଲିଟି ସୋ’ର ଫାଇନାଲ ରାଉଣ୍ଡ ଅଡିସନରେ ହିମେଶ ରେଶମିୟାଁ, ବିଶାଲ ଡାଡ୍‌ଲାନି ଓ ନେହା କକ୍କର ଉପସ୍ଥିତ ଥିଲେ ।

ରିପୋର୍ଟ ଅନୁଯାୟୀ ଚୟନ ହୋଇଥିବା ପ୍ରତିଯୋଗୀଙ୍କୁ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ତେବେ ସୁଟିଂ ସେଟ୍‌ରେ ପ୍ରବେଶ ପୂର୍ବରୁ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା । ଅନ୍ୟ ସୋ ପରି ଇଣ୍ଡିଆନ ଆଇଡଲରେ ମଧ୍ୟ ବିନା ଦର୍ଶକଙ୍କ ମଧ୍ୟରେ ସୁଟିଂ ହେବ ।

ସମସ୍ତ ପ୍ରତିଯୋଗୀ ସାମାଜିକ ଦୂରତ୍ୱ ଅବଲମ୍ବନ କରୁଥିଲାବେଳେ କ୍ରିଉ ମେମ୍ବର ପିପିଇ କିଟ୍ ପରିଧାନ କରି ସୁଟିଂ କରିବେ । ସୋ’ର ହୋଷ୍ଟିଂ ଭାର ସମ୍ଭାଳିବେ ଆଦିତ୍ୟ ନାରାୟଣ । କରୋନା ମହାମାରୀରେ ପ୍ରଥମ ଥର ପାଇଁ ପ୍ରତିଯୋଗୀମାନେ ନିଜର ଭିଡିଓ ସୁଟ୍ କରି ସୋନି ଲିଭ୍ ଆପ୍ଲିକେସନ୍‌ରେ ଅପଲୋଡ କରିଥିଲେ । ଯାହାପରେ ସେକେଣ୍ଡ ରାଉଣ୍ଡରେ ପ୍ରତିଯୋଗୀଙ୍କୁ ଅଡିସନ ପାଇଁ ମୁମ୍ବାଇକୁ ଡାକରା ମିଳିଛି । ଚଳିତମାସ ଇଣ୍ଡିଆନ୍ ଆଇଡଲ ସୋନି ଟିଭିରେ ପ୍ରସାରିତ ହେବ ।

Leave A Reply

Your email address will not be published.