ମୁମ୍ବାଇ: ଇଣ୍ଡିଆନ୍ ଆଇଡଲ ପ୍ରତିଯୋଗୀ ପଓ୍ବନଦୀପ ରାଜନ୍ କରୋନା ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇର ଏକ ହୋଟେଲରେ ସେ କ୍ବାରେଣ୍ଟାଇନରେ ଅଛନ୍ତି । ଆଗାମୀ ଏପିସୋଡରେ ପଓ୍ବନଦୀପ ମଞ୍ଚରୁ ନୁହେଁ ନିଜ ଫ୍ୟାନମାନଙ୍କ ପାଇଁ ହୋଟେଲ ରୁମରୁ ହିଁ ଗୀତ ଗାଇବେ ବୋଲି କହିଛନ୍ତି ।
ହୋଟେଲ ରୁମରୁ ହିଁ ନିଜର ସଙ୍ଗୀତ ପରିବେଷଣ କରିବାକୁ ପଓ୍ବନଦୀପ ଜଜ୍ମାନଙ୍କୁ ଅନୁରୋଧ କରିଥିଲେ । ଆଉ ସେମାନେ ତୁରନ୍ତ ରାଜି ହୋଇଥିଲେ ।
ଉତ୍ତରାଖଣ୍ଡର ଚମ୍ପାବତ୍ ଜିଲ୍ଲାର ବାସିନ୍ଦା ପଓ୍ବନଦୀପ ରାଜନ । ଇଣ୍ଡିଆନ ଆଇଡଲ ମଞ୍ଚରେ ସୁନ୍ଦର ସଙ୍ଗୀତ ପରିବେଷଣ କରି ସେ ଲୋକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି । ଏବେ ସେ ଟପ୍ ୯ ପ୍ରତିଯୋଗୀଙ୍କ ମଧ୍ୟରେ ଅଛନ୍ତି ।
Comments are closed.