Latest Odisha News

ବିସ୍ତାରବାଦୀ ନୀତି ଚୀନକୁ ଖାଉଛି: ଭାରତ-ଜାପାନ ନୌସେନାର ମିଳିତ ଅଭ୍ୟାସ

ଟୋକିଓ:ଚୀନ ତାର ସମସ୍ତ ପଡୋଶୀ ପାଇଁ ଏବେ ଶତ୍ରୁ ପାଲଟିଯାଇଛି । ଅନ୍ୟ ଅର୍ଥର ବିସ୍ତାରବାଦୀ ନୀତି ଚୀନକୁ ଖାଉଛି । ଚୀନ ପରି ଶତ୍ରୁର ମୁକାବିଲା ପାଇଁ ଭାରତ-ଜାପାନ ଏକତ୍ର ହୋଇଛନ୍ତି । ଭାରତ ମହାସାଗରରେ ଉଭୟ ଦେଶର ନୌସେନା ଯୁଦ୍ଧାଭ୍ୟାସ କରିଛନ୍ତି । ଯାହା ଚୀନ୍ ପାଇଁ ଚିନ୍ତାର କାରଣ ହୋଇଛି । ଲଦାଖ ସୀମା ନେଇ ଚୀନ ଭାରତ ଉପରେ ଜୋର ଜବରଦସ୍ତ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ସେହିପରି ପୂର୍ବ ଚୀନ ସାଗରରେ ଦ୍ୱୀପକୁ ନେଇ ଚୀନ ବାରମ୍ବାର ଅଶାନ୍ତି ସୃଷ୍ଟି କରୁଛି ।

ଭାରତ-ଜାପାନର ଜେଏସ କାସିମା, ଜେଏସ ଶିମାୟୁକି, ଆଇଏନଏସ ରାଣା ଓ ଆଇଏନଏସ କୁଳିଶ ସମୁଦ୍ର ମଧ୍ୟରେ ସେମାନଙ୍କ ପରାକ୍ରମ ଦେଖାଇଛନ୍ତି । ଓକିନାୱା ଦ୍ୱୀପ ନିକଟରେ ଚୀନ ଜାହାଜ ଦେଖାଯିବାରୁ ଜାପାନ ନୌସେନା ଏହାକୁ ସମୁଦ୍ର ସୀମା ବାହାରକୁ ଘଉଡାଇ ନେଇଥିଲେ । ଆମେରିକା ଖୋଲାଖୋଲି ଭାବେ ଚୀନ ବିପକ୍ଷରେ ଛିଡା ହୋଇଥିବାରୁ ବର୍ତମାନ ଡ୍ରାଗନ ନିଜ ଜାଲରେ ନିଜେ ଛନ୍ଦି ହୋଇପଡିଛି ।

Leave A Reply

Your email address will not be published.