ନୂଆଦିଲ୍ଲୀ: ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗଣତନ୍ତ୍ର ଦିବସ ଅବସରରେ ପ୍ରତିବର୍ଷ ଭାରତର ରାଜଧାନୀ ନୂଆଦିଲ୍ଲୀରେ ପରେଡ୍ ଆୟୋଜିତ ହୋଇଥାଏ। ପ୍ରତିବର୍ଷ ପରି ଏହି ପରେଡରେ ସାମରିକ, ସାଂସ୍କୃତିକ ଏବଂ ବୈଷୟିକ ସଫଳତା ପ୍ରଦର୍ଶିତ ହେବ । ଏନେଇ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଏହି ସମୟରେ ସୋସିଆଲ ମିଡିଆରେ ଭାରତୀୟ ନୌସେନାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯାହା ସମସ୍ତଙ୍କ ମନକୁ ଆନନ୍ଦିତ କରୁଛି ।
ଭାଇରାଲ ହେଉଥିବା ଭିଡିଓରେ ଭାରତୀୟ ନୌସେନାର ଯବାନମାନେ ଗଣତନ୍ତ୍ର ଦିବସ ପରେଡର ରିହର୍ସେଲ ପରେ ଏକ ନୃତ୍ୟ ବିରତି ନେଇଥିଲେ। ଏହି ଭିଡିଓରେ ଯବାନମାନେ ବ୍ୟାଣ୍ଡ ମ୍ୟୁଜିକ୍ ସହିତ ‘ମୋନିକା … ଓ ମାଇଁ ଡାର୍ଲିଂ’ ଗୀତରେ ନାଚୁଥିବାର ନଜରରେ ଆସୁଛନ୍ତି । ଭାରତୀୟ ଯବାନଙ୍କ ଓଠରେ ହସ ଓ ମୁଖରେ ଆନନ୍ଦ ଦେଖିବାକୁ ମିଳୁଛି ।
ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ୟୁଜରମାନେ ଭାରତୀୟ ସେନାଙ୍କୁ ଖୁସିରେ ଦେଖି ଶାନ୍ତି, ଖୁସି ମିଳୁଛି କହିଛନ୍ତି । ଦିଲ୍ ଖୁସ୍ ହୋ ଗୟା, ଭାରତୀୟ ସେନାଙ୍କୁ ନେଇ ଆମେ ଗର୍ବିତ ଏପରି କମେଣ୍ଟ କରୁଛନ୍ତି ।
Comments are closed.