Latest Odisha News

୧୦ ଗୁଣ ବଢିଲା ଟ୍ରେନ୍ ଦୁର୍ଘଟଣା କ୍ଷତିପୂରଣ

ନୂଆଦିଲ୍ଲୀ : ଭାରତୀୟ ରେଳ ବିଭାଗ ଏକ ବଡ ଘୋଷଣା କରିଛି  । ରେଳ ଦୁର୍ଘଟଣାରେ  ମୃତ୍ୟୁ କିମ୍ବା ଆହତ ହେଲେ କ୍ଷତିପୂରଣ ରାଶିକୁ  ୧୦ ଗୁଣ ବଢାଇଛନ୍ତି କେନ୍ଦ୍ର ସରକାର । ଟ୍ରେନ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୨.୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ  । ଏହି ରାଶି ଶେଷ ଥର ପାଇଁ ୨୦୧୨ ଏବଂ ୨୦୧୩ ମସିହାରେ ସଂଶୋଧିତ ହୋଇଥିଲା । ବୋର୍ଡ କହିଛି ଯେ ବର୍ତ୍ତମାନ ଟ୍ରେନ୍ ଦୁର୍ଘଟଣା ଏବଂ ଅଘଟଣ ଘଟଣାରେ ସମ୍ପୃକ୍ତ ମୃତ ତଥା ଆହତ ଯାତ୍ରୀଙ୍କ ପରିବାରକୁ ଦିଆଯିବାକୁ ଥିବା ରାଶି ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ରେଳ ଦୁର୍ଘଟଣା ସମେତ ଲେବଲ କ୍ରସିଂ ଗେଟ୍ ରେ ଆହତ ହେଉଥିବା ଲୋକମାନଙ୍କୁ ମଧ୍ୟ  କ୍ଷତିପୂରଣ ରିଲିଫ୍ ବୃଦ୍ଧି କରାଯାଇଛି । ଏହି ନୂତନ ନିୟମ ସେପ୍ଟେମ୍ବର ୧୮ ତାରିଖରୁ  କାର୍ଯ୍ୟକାରୀ ହୋଇଛି । ରେଳ ବୋର୍ଡ ସର୍କୁଲାର ଅନୁଯାୟୀ ଟ୍ରେନରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଏବଂ କିମ୍ବା ଲେବଲ କ୍ରସିଂରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ  କ୍ଷତିପୂରଣ , ଗୁରୁତର ଆହତଙ୍କ ପାଇଁ ୨.୫ ଲକ୍ଷ ଟଙ୍କା ଦିଆଯିବ  । ସେହିପରି ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର କ୍ଷତିପୂରଣ ରାଶି ପ୍ରଦାନ କରାଯିବ  । ଏହାପୂର୍ବରୁ ଏହି ରାଶି ଯଥାକ୍ରମେ ୫୦ ହଜାର, ୨୫ ହଜାର ଓ ୫ ହଜାର ରହିଥିଲା  ।

ସେହିପରି ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ୩୦ ଦିନ ମଧ୍ୟରେ  କ୍ଷତିପୂରଣ ହିସାବରେ  ପ୍ରତି ୧୦ ଦିନ ଅବଧିରେ  ଦୈନିକ ୩ ହଜାର ଦିଆଯିବ  । ଯାହାପୂର୍ବରୁ ୧୫୦୦ ଟଙ୍କା ଦିଆଯାଉଥିଲା । ଆହୁରି ମଧ୍ୟ କୁହାଯାଉଛି ଅମାନିଆ ହୋଇ ଲେବଲ କ୍ରସିଂ ପାର୍ ହେବା କିମ୍ବା ବିଦ୍ୟୁତ୍ ଆଘାତ ଲାଗିବାରେ କୌଣସି କ୍ଷତିପୂରଣ ମିଳିବ ନାହିଁ ।

Leave A Reply

Your email address will not be published.