Latest Odisha News

BREAKING NEWS

ଆରମ୍ଭ ହେଲା ରେଳବାଇର ‘ପ୍ରମୋସନ ଅନ୍‌ ହ୍ବିଲ’ ସେବା

ନୂଆଦିଲ୍ଲୀ: ସିନେମା, କଳା, ସଂସ୍କୃତି, ଖେଳ ଆଦିର ବିଜ୍ଞାପନ(ପ୍ରମୋସନ) ନିମନ୍ତେ ଭାରତୀୟ ରେଳ ପକ୍ଷରୁ ନିଆ ଯାଇଛି ଏକ ଭିନ୍ନ ପଦକ୍ଷେପ। ଆଜିଠାରୁ ଟ୍ରେନରେ ମଧ୍ୟ ଏହିସବୁର ପ୍ରଚାର- ପ୍ରସାର କରାଯିବା ନେଇ ରେଲମନ୍ତ୍ରଣାଳୟ ବୁଧବାର ଦିନ ଟ୍ୱିଟ କରି ଜଣାଇଛନ୍ତି ।


ଟ୍ରେନଗୁଡିକରେ ପ୍ରମୋସନାଲ କାର୍ଯ୍ୟକଳାପ ଦ୍ୱାରା ରାଜସ୍ବ ଆଦାୟ ନେଇ ଯୋଜନା ରଖାଯାଇଛି। ଲୋକମାନେ ରେଲଓ୍ବେର ‘ପ୍ରମୋସନ ଅନ୍‌ ହ୍ବିଲ’ ପଦକ୍ଷେପ ଦ୍ୱାରା ଟ୍ରେନଗୁଡିକ ବିଭିନ୍ନ ପ୍ରଚାର ସମ୍ପର୍କିତ କାର୍ଯ୍ୟକଳାପ ଲାଗି ବୁକିଂ କରିପାରିବେ।

କଳା ସଂସ୍କୃତି କ୍ରୀଡା, ସିନେମା ଏବଂ ଟିଭି କାର୍ଯ୍ୟକ୍ରମକୁ ସ୍ବତନ୍ତ୍ର ଟ୍ରେନଗୁଡିକ ଦ୍ୱାରା ପ୍ରଚାର କରାଯାଇ ପାରିବ।

ତେବେ ଏହି ଯୋଜନା ଆଜିଠାରୁ ଆଜି ହୋଇଛି । ସର୍ବପ୍ରଥମେ ଆଜି ଅକ୍ଷୟ କୁମାର ଅଭିନୀତ ହାଉସଫୁଲ-୪ର ପ୍ରମୋସନ ଲାଗି ଏକ ଟ୍ରେନକୁ ବୁକିଂ କରାଯାଇଛି। ଏହି ଟ୍ରେନରେ ୮ଟି କୋଚ୍‌ ରହିଛି। ଏହି ଟ୍ରେନଟି ସୁରଟ, ଭଦୋଦରା ଏବଂ କୋଟା ଭଳି ବିଭିନ୍ନ ସ୍ଥାନ ଦେଇ ଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.