Latest Odisha News

BREAKING NEWS

ଏସୀୟ କ୍ରୀଡ଼ା : ସ୍ୱର୍ଣ୍ଣ ପଦକ, ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟରେ ଜାପାନ ଗସ୍ତ କଲା ଭାରତୀୟ ମହିଳା ହକି

ଟିମ୍ବେଙ୍ଗାଲୁରୁ, : ମହିଳା ହକି ବିଶ୍ୱକପ୍‌ରେ ଐତିହାସିକ ୫ମ ସ୍ଥାନ ହାସଲ କରିବା ପରେ ଭାରତୀୟ ମହିଳା ହକି ଟିମ୍ ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ହେବାକୁ ଥିବା ୨୦ତମ ଏସୀୟ କ୍ରୀଡ଼ା ଅଂଶଗ୍ରହଣ କରିବା ପାଇଁ ଗସ୍ତ କରିଛି । ଏଥର ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ୱର୍ଣ୍ଣ ପଦକ ଜିତିବା ସହ ୨୦୨୮ ଲସ ଆଞ୍ଜେଲେସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବା । ଅଧିନାୟିକା ସଲିମା ଟେଟେଙ୍କ ନେତୃତ୍ୱ ଏବଂ ମୁଖ୍ୟ କୋଚ୍ ସୋଏର୍ଡ ମାରିଜନେଙ୍କ ମାର୍ଗଦର୍ଶନରେ ଭାରତୀୟ ଦଳ ମଙ୍ଗଳବାର ବେଙ୍ଗାଲୁରୁରୁ ପ୍ରସ୍ଥାନ କରିଛି । ହାଇଦ୍ରାବାଦରେ ଅନୁଷ୍ଠିତ  ବିଶ୍ୱକପ୍ କ୍ୱାଲିଫାୟର୍ସରେ ରୌପ୍ୟ ପଦକ, ଅକ୍‌ଲ୍ୟାଣ୍ଡରେ ଅନୁଷ୍ଠିତ ନେସନ୍ସ କପ୍‌ରେ ନ୍ୟୁଜିଲାଣ୍ଡକୁ ୨-୦ରେ ହରାଇ ଚାମ୍ପିଅନ, ମହିଳା ବିଶ୍ୱକପ୍‌ରେ ୫ମ ସ୍ଥାନ, ଯାହା ୧୯୭୪ ପରଠାରୁ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏସୀୟ କ୍ରୀଡ଼ାରେ ଭାରତ ପୁଲ୍-ବି’ରେ ଜାପାନ, ଥାଇଲ୍ୟାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଉଜ୍‌ବେକିସ୍ତାନ ସହ ସ୍ଥାନ ପାଇଛି । ଉଜ୍‌ବେକିସ୍ତାନ(୨୦ ସେପ୍ଟେମ୍ବର), ଇଣ୍ଡୋନେସିଆ(୨୧ ସେପ୍ଟେମ୍ବର), ଥାଇଲ୍ୟାଣ୍ଡ(୨୩ ସେପ୍ଟେମ୍ବର), ଜାପାନ(୨୫ ସେପ୍ଟେମ୍ବର), ସିଙ୍ଗାପୁର(୨୭ ସେପ୍ଟେମ୍ବର), ୩୦ ସେପ୍ଟେମ୍ବରରେ ସେମିଫାଇନାଲ, ୨ ଅକ୍ଟୋବରରେ ଫାଇନାଲ୍ (ସ୍ୱର୍ଣ୍ଣ ପଦକ ମ୍ୟାଚ୍)ମ୍ୟାଚ ଖେଳାଯିବ । ଅଧିନାୟିକା ସଲିମା ଟେଟେ କହିଛନ୍ତି ଯେ, ନେସନ୍ସ କପ୍ ଓ ବିଶ୍ୱକପ୍‌ର ସଫଳତା ଦଳ ମଧ୍ୟରେ ଆତ୍ମବିଶ୍ୱାସ ଭରିଦେଇଛି । ଆମର ଗୋଟିଏ ଲକ୍ଷ୍ୟ  ସ୍ୱର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସ ପାଇଁ ଟିକେଟ୍ ପକ୍କା କରିବା ।

ଭାରତୀୟ ଦଳ:ଗୋଲକିପର: ସବିତା, ବିଚୁ ଦେବୀ ଖାରିବାମ । ଡିଫେଣ୍ଡର: ଇଶିକା ଚୌଧୁରୀ, ସୁଶୀଲା ଚାନୁ ପୁଖ୍ରମ୍‌ବାମ୍, ଲାଲଥାନ୍ତଲୁଆଙ୍ଗି, ଜ୍ୟୋତି, ଶିଳ୍ପୀ ଡାବାସ ।  ମିଡ୍‌ଫିଲ୍ଡର: ନିକ୍କି ପ୍ରଧାନ, ସାକ୍ଷୀ ରାଣା, ସୁନେଲିତା ଟୋପୋ (ଓଡ଼ିଶା), ସଲିମା ଟେଟେ (ଅଧିନାୟିକା), ନେହା, ଦୀପିକା ସୋରେଙ୍ଗ । ଫରୱାର୍ଡ: ଲାଲରେମ୍‌ସିଆମି, ରୁତୁଜା ଦାଦାସୋ ପିସାଲ୍, ନବନୀତ କୌର, ଦୀପିକା, ଇଶିକା, ବଲଜିତ୍ କୌର, ବିଉଟି ଡଙ୍ଗଡଙ୍ଗ।

Leave A Reply

Your email address will not be published.