Latest Odisha News

୨୦୨୬ରୁ ଦେଶରେ ଆରମ୍ଭ ହେବ ପ୍ରଥମ ବୁଲେଟ୍ ଟ୍ରେନ: ସୁରଟ-ବିଲିମୋରାକୁ ଯୋଡ଼ିବ

ଗାନ୍ଧିନଗର: ଭାରତରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ୨୦୨୬ରୁ ଗଡ଼ିବ। ଏହି ଟ୍ରେନ୍‌ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ। ଏଥିସହ ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ମେମୋରି ଚିପ୍‌ ୨୦୨୪ରୁ ବଣ୍ଟା ଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଗୁଜରାଟରେ ଆୟୋଜିତ ଶିଖର ସମ୍ମିଳନୀରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବୁଲେଟ୍‌ ଟ୍ରେନ୍‌ ପରିଯୋଜନା ଦ୍ରୁତ ଗତିରେ ଆଗେଇ ଚାଲିଛି। ଏଥିପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।ଗୁଜରାଟ ଓ ମୁମ୍ବାଇକୁ ଯୋଡିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସଫଳ ହୋଇଛି। ଅହମ୍ମଦାବାଦରେ ୨୭୦ କିମିର କାମ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଛି। ୨୦୨୬ରେ ସୁରଟ ଏବଂ ବିଲିମୋରା ମଧ୍ୟରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚାଲିବାର ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ୫୦୮ କିଲୋମିଟର ମାର୍ଗର ୨୭୦ କିଲୋମିଟରରେ ତାର ପାଇଁ ଡକ୍ଟ ବିଛାଇବା କାର୍ଯ୍ୟ ଶେଷ ହୋଇଛି। ମୁମ୍ବାଇ-ଥାନେ ମଧ୍ୟରେ ଅଣ୍ଡରୱେ ଟନେଲର କାମ ମଧ୍ୟ ଆରମ୍ଭ ହୋଇଛି। ଏହି ମାର୍ଗରେ ପଡୁଥିବା ଆଠଟି ନଦୀ ଉପରେ ବ୍ରିଜ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ଦୁଇଟି ସେତୁ କାମ ମଧ୍ୟ ଶେଷ ହୋଇଛି। ଖୁବ୍ ଶୀଘ୍ର ସାବରମତୀ ଟର୍ମିନାଲ ଷ୍ଟେସନର କାର୍ଯ୍ୟ ଶେଷ ହେବ। ପ୍ରକଳ୍ପ ପାଇଁ ଆବଶ୍ୟକ ୧୩୮୯.୪୯ ହେକ୍ଟର ଜମି ଅଧିଗ୍ରହଣ ହୋଇଛି। ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ ଚାଲିବ।

 

Leave A Reply

Your email address will not be published.