Latest Odisha News

BREAKING NEWS

ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ନିଷ୍ଠୁରତା, ଛାଡ଼ପତ୍ର ପାଇଁ ଆଧାର: ହାଇକୋର୍ଟ

ଭୋପାଳ: ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ପତ୍ନୀ ସ୍ୱାମୀ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ମାନସିକ ନିଷ୍ଠୁରତା ବୋଲି ବିବେଚନା କରାଯାଇପାରେ ଏବଂ ଛାଡ଼ପତ୍ର ପାଇଁ ଏକ ବୈଧ ଆଧାର ଭାବରେ ଏହାକୁ ଗ୍ରହଣ କରାଯାଇପାରେ।

ଏହି ରାୟ ଏକ ମାମଲାରୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ପରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ଏହା ପୂର୍ବରୁ ୨୦୧୪ ନଭେମ୍ବରରେ ଏକ ପାରିବାରିକ ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତେବେ ହାଇକୋର୍ଟ ଗତ ସପ୍ତାହରେ ଜାରି କରିଥିବା ଏକ ଆଦେଶରେ ଏହି ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି।

ଜଷ୍ଟିସ ଶୀଲ ନାଗୁ ଓ ଜଷ୍ଟିସ ବିନୟ ସରାଫଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ନିମ୍ନ ଅଦାଲତର ରାୟକୁ ଆମେ ଗ୍ରହଣ କରିପାରୁନାହୁଁ। ସେମାନେ ଆହୁରି ବିସ୍ତୃତ ଭାବେ କହିଛନ୍ତି, ନିମ୍ନ ଅଦାଲତ ଭୁଲ୍ ଭାବେ କହିଛନ୍ତି ଯେ ବିବାହ ସମ୍ପନ୍ନ କରିବାରେ ପତ୍ନୀଙ୍କ ବିଫଳତା ଛାଡ଼ପତ୍ରର ଆଧାର ହୋଇପାରିବ ନାହିଁ।

ଅଦାଲତ ସ୍ୱୀକାର କରିଛନ୍ତି ଯେ ବିବାହ ତାରିଖ (ଜୁଲାଇ ୧୨, ୨୦୦୬) ଠାରୁ ୨୮ ଜୁଲାଇ, ୨୦୦୬ରେ ସ୍ୱାମୀ ଭାରତ ଛାଡ଼ିବା ପର୍ଯ୍ୟନ୍ତ ପତ୍ନୀ କ୍ରମାଗତ ଭାବରେ ବୈବାହିକ ଅନ୍ତରଙ୍ଗତାକୁ ମନା କରିଥିଲେ। ଏହି ପ୍ରମାଣକୁ ଦୃଷ୍ଟିରେ ରଖି ବିଚାରପତିମାନେ ନିଷ୍ପତି ନେଇଛନ୍ତି, “ଆବେଦନକାରୀ ବିବାହ କରିଛନ୍ତି… ବୈବାହିକ ଜୀବନ ସଫଳ ହେବ ବୋଲି ଆଶା ରଖିଥିଲେ କିନ୍ତୁ ପତ୍ନୀ ଏଥିରେ ବାଧକ ସାଜିଛନ୍ତି । ତେଣୁ ଏହା ସଂପୃକ୍ତ ପତ୍ନୀଙ୍କ ମାନସିକ ନିଷ୍ଠୁରତା ସଦୃଶ।

ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଏହି ଐତିହାସିକ ରାୟ ବୈବାହିକ ଅନ୍ତରଙ୍ଗତାର ଆଇନଗତ ମାନଦଣ୍ଡ ଏବଂ ବିବାହ ମଧ୍ୟରେ ମାନସିକ ନିଷ୍ଠୁରତା ନିର୍ଦ୍ଧାରଣ କରିବାରେ ଏହାର ଭୂମିକା ଉପରେ ପର୍ଯ୍ୟବେଷିତ।

Leave A Reply

Your email address will not be published.