Latest Odisha News

BREAKING NEWS

ଇଣ୍ଡିଆସ୍ପୋରାର ଚେତାବନୀ; H-1B ଧାରକଙ୍କୁ ହଇରାଣ କରିବା ଆମେରିକା ପାଇଁ ଆଣିବ ଆର୍ଥିକ ବିପର୍ଯ୍ୟୟ

ନୂଆଦିଲ୍ଲୀ: ଆମେରିକାରେ ଏବେ ନିର୍ବାଚନ ପ୍ରକ୍ରିୟା ଚାଲିଛି । ଏହି ସମୟରେ କିଛି ଲୋକ ଭାରତ ବିରୋଧୀ ବୟାନ ଦେଉଛନ୍ତି ଏବଂ H-1B ଭିସା ଉପରେ ନିୟମ କଡ଼ାକଡ଼ି କରିବା ବିଷୟରେ ଆଲୋଚନା ହେଉଛି । ଇଣ୍ଡିଆସ୍ପୋରା ଚେତାବନୀ ଦେଇଛି ଯେ H-1B ଭିସା ଧାରକଙ୍କୁ ଟାର୍ଗେଟ କରିବା ଦ୍ୱାରା ଆମେରିକା ପାଇଁ ଗମ୍ଭୀର ଆର୍ଥିକ ବିପଦ ସୃଷ୍ଟି ହୋଇପାରେ । ଅକ୍ଟୋବର ୩୦ ତାରିଖରେ ଜାରି ଏକ ବିବୃତ୍ତିରେ, ନିରପେକ୍ଷ ସଂଗଠନ ଚିନ୍ତା ପ୍ରକାଶ କରିଛି ଯେ ସ୍ୱାସ୍ଥ୍ୟସେବା, ପ୍ରଯୁକ୍ତିବିଦ୍ୟା ଏବଂ ଶିକ୍ଷା ଭଳି କ୍ଷେତ୍ରରେ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରୁଥିବା ଭାରତୀୟ ବଂଶୋଦ୍ଭବ ବୃତ୍ତିଗତମାନଙ୍କୁ ବଦନାମ କରିବା ପାଇଁ ରାଜନୈତିକ ପ୍ରୟାସ କରାଯାଉଛି ।

ଇଣ୍ଡିଆସ୍ପୋରା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୀବ ଜୋଶୀପୁରା କହିଛନ୍ତି, “ଭାରତରୁ H-1B ଶ୍ରମିକମାନେ ଆମେରିକାକୁ ନବସୃଜନରେ ବିଶ୍ୱସ୍ତରୀୟ ନେତା କରିବାରେ ସାହାଯ୍ୟ କରିଛନ୍ତି ଏବଂ ଆମେରିକା ଅର୍ଥନୀତିରେ କୋଟି କୋଟି ଡଲାର ଯୋଗଦାନ କରିଛନ୍ତି । ସେମାନଙ୍କୁ ଦେଶାନ୍ତର କରିବା ଦ୍ୱାରା ଦେଶର ବଡ଼ ସହରଠାରୁ ଛୋଟ ସହର ପର୍ଯ୍ୟନ୍ତ ସମ୍ପ୍ରଦାୟ ଉପରେ ଗମ୍ଭୀର ପ୍ରଭାବ ପଡ଼ିପାରେ।”

ସଂଗଠନ ପ୍ରସ୍ତାବିତ ନୂତନ ନିୟମାବଳୀ ବିଷୟରେ ମଧ୍ୟ ଚେତାବନୀ ଦେଇଛି । ଏଥିରେ ଉଚ୍ଚ-ପ୍ରଯୁକ୍ତି ଏବଂ ସ୍ୱାସ୍ଥ୍ୟସେବା କମ୍ପାନୀଗୁଡ଼ିକଠାରୁ ୧ ଲକ୍ଷ ଡଲାରରୁ ଅଧିକ ଫି ଆଦାୟ କରିବା, ଲଟେରୀ ସିଷ୍ଟମ ପରିବର୍ତ୍ତେ ଦରମା ଆଧାରରେ ଭିସା ପ୍ରଦାନ କରିବା ଏବଂ ଚାକିରି ହରାଇବା ପରେ ବିଦେଶୀ କର୍ମଚାରୀଙ୍କୁ ମିଳୁଥିବା ୬୦ ଦିନର ସମୟକୁ ଶେଷ କରିବା ଅନ୍ତର୍ଭୁକ୍ତ ।

ସଂଗଠନ ଏପରି ପ୍ରସ୍ତାବ ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରିଛି ଯାହା H-4 ଜୀବନସାଥୀ ଓ୍ବାର୍କ ପରମିଟ୍ (EADs)କୁ ରୋକିବା ଏବଂ ଅପସନାଲ ପ୍ରୋକ୍ଟିକଲ ଟ୍ରେନିଂ (OPT) ଏବଂ STEM ଏକ୍ସଟେନ୍ସନ୍ ଉପରେ ୭୦ ହଜାର ପର୍ଯ୍ୟନ୍ତ ଫି ଲାଗୁ କରିବା କଥା କୁହାଯାଇଛି ।

ଆମେରିକାର ଅନେକ ପଛୁଆ ଏବଂ ଗ୍ରାମାଞ୍ଚଳରେ ଡାକ୍ତର ଏବଂ ଶିକ୍ଷକଙ୍କର ଘୋର ଅଭାବ ରହିଛି, ଯାହାକୁ ସ୍ଥାନୀୟ ଜନସଂଖ୍ୟାଙ୍କ ଦ୍ବାରା ସହଜରେ ପୂରଣ କରାଯାଇପାରୁନାହିଁ । ତେଣୁ, ଭାରତ ଏବଂ ଅନ୍ୟାନ୍ୟ ଦେଶର ବିଦେଶୀ ବୃତ୍ତିଗତମାନେ ଏହି ଦୁର୍ଗମ ଅଞ୍ଚଳଗୁଡ଼ିକୁ କାମ କରିବାକୁ ଯାଆନ୍ତି, ଯାହା ସ୍ଥାନୀୟ ଜନସଂଖ୍ୟାକୁ ଅତ୍ୟାବଶ୍ୟକ ଚିକିତ୍ସା ଏବଂ ଶିକ୍ଷାଗତ ସୁବିଧା ଯୋଗାଇଥାଏ । ଯଦି ଏହି ବୃତ୍ତିଗତମାନଙ୍କୁ ବନ୍ଦ କରାଯାଏ, ତେବେ ଏହି ଅଞ୍ଚଳଗୁଡ଼ିକର ବ୍ୟବସ୍ଥା ଠପ୍ ହୋଇଯିବ ।

Leave A Reply

Your email address will not be published.