ମୁମ୍ବାଇ: ଲକ୍ଡାଉନ ପରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ବେଲ୍ ବଟମ୍ର ସୁଟିଂ ଆରମ୍ଭ ହେବ । ଫିଲ୍ମର ପୂରା ଟିମ୍ ଲଣ୍ଡନ ଅଭିମୁଖେ ବାହାରିବେ । ଏଥିରେ ଲାରା ଦତ୍ତାଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ ।
ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାର । ୮୦ଦଶକର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଅକ୍ଷୟଙ୍କୁ ସ୍ପେଶାଲ ଏଜେଣ୍ଟ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ସେହିଭଳି ବାନୀ କାପୁର ତାଙ୍କ ସ୍ତ୍ରୀର ଭୂମିକା ତୁଲାଇବେ । ଇନ୍ଦିରା ଗାନ୍ଧୀଙ୍କ ସମୟରେ ଭାରତର ନେତୃତ୍ୱ ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରଂଜିତ ତିୱାରୀ ।
ଅନ୍ୟପଟେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖାଦେବେ ଲାରା ଦତ୍ତା । ଇନ୍ଦିରା ଗାନ୍ଧୀଙ୍କ କିର୍ଦାରରେ ଲାରାଙ୍କ ଅଭିନୟ ଉପରେ ସମସ୍ତଙ୍କ ନଜର ରହିଛି । ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ହୁମା କୁରେସି ନଜର ଆସିବେ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଉପରେ କ୍ରିଟିକ୍ସଙ୍କ ନଜର ରହିଥିଲାବେଳେ ଏହାର ସୁଟିଂ ପାଇଁ ୟୁକେ ସରକାରଙ୍କଠାରୁ ପ୍ରଯୋଜକ ଜ୍ୟାକି ଭଗନାନୀ ଅନୁମତି ନେଇସାରିଛନ୍ତି ।
Comments are closed.