Latest Odisha News

BREAKING NEWS

ମାଡ଼ି ଗଲା ଟ୍ରକ୍, ସ୍ତ୍ରୀ ମୃତ ଓ ସ୍ୱାମୀ ଆହତ

ବଲାଙ୍ଗିର: ମେଡିକାଲ୍ ଯିବା ବେଳେ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଯାଇଛି ସ୍ୱାମୀଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା ଟାଉନ୍ ଥାନା ଆଗରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ମୃତକ ହେଲେ ଚନ୍ଦନଭାଟି ଗାଁର ରଜନୀ ସାହୁ । ସେ ଆଜି ସକାଳେ ସ୍ୱାମୀ ସୌକୀ ସାହୁଙ୍କ ସହ ବାଇକେ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆସୁଥିଲେ । ଏତିକିବେଳେ ଟାଉନ୍ ଥାନା ନିକଟରେ ବାଇକ ଉପରେ ଚଢ଼ି ଯାଇଥିଲା ଏକ ଟ୍ରକ ।

ଘଟଣାସ୍ଥଳରେ ରଜନୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.