Latest Odisha News

BREAKING NEWS

ପାରାଦ୍ଵୀପରେ ଆମ୍ବୁଲାନ୍ସ ସେବା

ପାରାଦ୍ଵୀପ:ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍କଟ ଜଣକ ରହିଛି । ଦିନକୁ ଦିନ ସ୍ଥିତି ବିଗିଦିବାରେ ଲାଗିଛି । ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡିବା ସହିତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ୬ଟି ଆମ୍ବୁଲାନ୍ସ ଗାଡ଼ି ସେବା ଆରମ୍ଭ କରାଯାଇଛି। ପାରାଦ୍ଵୀପ ଜଗନ୍ନାଥ ମନ୍ଦିର ପରିସରରେ ଏହାକୁ ଲୋକାର୍ପଣ କରିଛନ୍ତି ଓ୍ବାର୍କର୍ସ ୟୁନିୟନର ସଭାପତି ବାପି ସର୍ଖେଲ ।

BjdElectrycity

ଏହି ୬ ଟି ଆମ୍ବୁଲାନ୍ସ ପାରାଦ୍ଵୀପ , କୁଜଙ୍ଗ, ରାହାମା ଓ ଏରସମା ଅଞ୍ଚଳରେ କାର୍ଯ୍ୟ କରିବ । ୨୪ ଘଣ୍ଟା ଲୋକଙ୍କ ସେବାରେ ଏହା ନିୟୋଜିତ ହେବ। ଏଥିସହିତ ୨୪ ଘଣ୍ଟିଆ ଡାକ୍ତର ହେଲ୍ପଲାଇନ ସେବା ମଧ୍ୟ ଆରମ୍ଭ କରାଯାଇଛି। ଲୋକେ ୟୁନିୟନର ଦୁଇଟି ଟୋଲ ଫ୍ରୀ ମୋବାଇଲ ନମ୍ବରରେ ଯୋଗାଯୋଗ କଲେ ବିଭିନ୍ନ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇପାରିବେ । ଲୋକଙ୍କ ପାଇଁ ଏହି ସଙ୍କଟ ଜଣକ ସ୍ଥିତିରେ ସମସ୍ତ ସହଯୋଗ କରାଯିବ ବୋଲି ଓ୍ବାର୍କର୍ସ ୟୁନିୟନର ସଭାପତି ବାପି ସର୍ଖେଲ ଜଣାଇଛନ୍ତି

Leave A Reply

Your email address will not be published.