Latest Odisha News

BREAKING NEWS

କାଲି ରେଡ୍ ପରେ ଆଜି CBI ଅଫିସରେ ହାଜର ହେଲେ ମହିମା ମିଶ୍ର

ଭୁବନେଶ୍ୱର: ସିବିଆଇ କାର୍ଯ୍ୟାଳୟରେ ଶିଳ୍ପପତି ମହିମା ମିଶ୍ର । ଗତକାଲି ମହିମା ମିଶ୍ରଙ୍କ କଟକ ସ୍ଥିତ ଘର ସହ OSL ଅଫିସ୍ ଓ ପାରାଦୀପର ଏକାଧିକ ସ୍ଥାନରେ ସିବିଆଇ ରେଡ୍ କରିଥିଲା । ରେଡ୍ ପରେ ସିବିଆଇ ପାରାଦୀପରୁ ୨ ଜଣଙ୍କୁ ଉଠାଇ ଆଣିଥିଲା । ଏଥିସହ କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘରେ ସାରାଦିନ ଛାନଭିନ୍ କରିଥିଲା ସିବିଆଇ । ରେଡ୍ ପରେ ମହିମାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଭୁବନେଶ୍ୱର କାର୍ଯ୍ୟାଳୟକୁ ନେଇ ଆସିଥିଲା ।

ପ୍ରାୟ ସାଢ଼େ ୩ ଘଣ୍ଟା ଧରି ସିବିଆଇ ମହିମା ମିଶ୍ରଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ଜେରା କରିଥିଲା । ଗତକାଲିର ରେଡ୍ ପରେ ଆଜି ମହିମା ମିଶ୍ର ସିବିଆଇ ଅଫିସରେ ହାଜର ହୋଇଛନ୍ତି । ସିବିଆଇର ନୋଟିସ୍ ପରେ ଆଜି ମହିମା ମିଶ୍ର ହାଜର ହୋଇଛନ୍ତି । ତେବେ ସିବିଆଇ କାହିଁକି ଡାକିଛି ଜଣାନାହିଁ ବୋଲି ମହିମା ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.