Latest Odisha News

ବଲାଙ୍ଗୀରରେ ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ବଲାଙ୍ଗୀର : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ବଲାଙ୍ଗୀର ଜିଲ୍ଲାରେ ରାସ୍ତା କଡର ଅଳିଆ ଗଦାରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଶିଶୁ କନ୍ୟାକୁ ରାତି ୧୨ ଟା ପାଖାପାଖି ସମୟ ହେବ କେହି ଅଳିଆ ଗଦାରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।

ସୁଦପଡା ଫାଟକ ଓଭରବ୍ରିଜ କଡରେ ପେଟି ଭିତରେ ନବଜାତ ପଡିଥିବା ଲୋକ ଦେଖି ଶିଶୁ ମୃତ କି ଜୀବିତ ଜାଣିବା ପାଇଁ ସ୍ଥାନୀୟ ଯୁବକ ମାନେ ଶିଶୁକୁ ବଲାଙ୍ଗୀର ମେଡିକାଲକୁ ନେଇଯାଇଥିଲେ । ଦୀର୍ଘ ସମୟ ଶିଶୁର ଯାଞ୍ଚ କରାଯିବା ପରେ । ଶିଶୁର ମୃତ୍ୟୁ ହୋଇ ଯାଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।ଏନେଇ ପୋଲିସକୁ ଡାକି ମୃତ ନବଜାତ ଶିଶୁକୁ ହସ୍ତାନ୍ତର କରିଥିଲେ ଡାକ୍ତର । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.