Latest Odisha News

BREAKING NEWS

ବାଲେଶ୍ୱରରେ BSKY ସ୍ମାର୍ଟ କାର୍ଡ଼ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଡ଼ ଦ୍ୱାରା ଜିଲ୍ଲାର ୨୦ଲକ୍ଷ ଲୋକ ଉପକୃତ ହେବେ । ବାଲେଶ୍ୱରବାସୀଙ୍କୁ ୧୪୭୬କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୩୭୬କୋଟି ୮୯ଲକ୍ଷ ଟଙ୍କାର ୭୭ଟି ପ୍ରକଳ୍ପ ଉଦଘାଟନ କରିବା ସହ ୧୧୦୦କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ, କୃଷି, ଶିଳ୍ପ, ଟୁରିଜିମ ସବୁଥିରେ ବାଲେଶ୍ୱର ଆଗୁଆ । ଧାନ, ପାନ ଓ ମୀନ ପାଇଁ ବାଲେଶ୍ୱର ଜଣାଶୁଣା । ୬ଶହ ମିଶନ ଶକ୍ତିର ମା’ମାନେ ମାଛ ଚାଷରେ ସାମିଲ ହୋଇଛନ୍ତି । ମିଶନ ଶକ୍ତିର ମା’ମାନଙ୍କୁ ଅଧିକ କାମ ଦେବାକୁ ନିଷ୍ପତ୍ତି ନିଆଯାଇଛି । ମାଛ ଉତ୍ପାଦନରେ ଜାତୀୟସ୍ତରରେ ବାଲେଶ୍ୱର ସମ୍ମାନ ପାଇଛି । ମସ୍ତ୍ର୍ୟଜୀବୀଙ୍କୁ ସୁବିଧା ପାଇଁ ବସ୍ତାରେ ୨୦ଏକର ଜମିରେ ହେବ ଏକ ବଡ଼ ହୋଲସେଲ ମାଛ ମାର୍କେଟ । ଏଥିପାଇଁ ଖର୍ଚ୍ଚ ହେବ ୫୦କୋଟି ।

କେବଳ ବାଲେଶ୍ୱର ନୁହେଁ, ଜଗତସିଂହପୁର ଓ କେନ୍ଦ୍ରପଡ଼ା ଜିଲ୍ଲାରେ ମସ୍ତ୍ର୍ୟଜୀବୀ ଉପକାର ପାଇବେ । ବାଲେଶ୍ୱରର ୬ଟି ବ୍ଲକର ୯୦୦କୋଟିରୁ ଅଧିକ ଟଙ୍କା ମେଗା ପାଇପ୍ ପାଣି ପ୍ରକଳ୍ପ ଖୁବଶୀଘ୍ର ଜିଲ୍ଲାରେ ଆରମ୍ଭ ହେବ । ଏହାଦ୍ୱାରା ୬୬୦ଟି ଗାଁର ସାଢ଼େ ୬ଲକ୍ଷ ଲୋକ ଉପକାର ପାଇବେ । ରାଜ୍ୟରେ ୯୬ଲକ୍ଷ ପରିବାରର ସାଢ଼େ ୩କୋଟି ଲୋକ ଏହି କାର୍ଡ଼ରେ ସୁବିଧା ପାଇବେ । ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ।

Leave A Reply

Your email address will not be published.