Latest Odisha News

BREAKING NEWS

ଲଞ୍ଚ ହେଲା ଇନଫିନିକ୍ସର ନୂଆ ସ୍ମାର୍ଟଫୋନ୍ ; ମୂଲ୍ୟ ମାତ୍ର ୬,୧୯୯ ଟଙ୍କା

ନୂଆଦିଲ୍ଲୀ: ଆଜି  ଇନଫିନିକ୍ସ ଭାରତ ବଜାରରେ ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ବଜାରକୁ ଆଣିଛି infinix smart 9hd ନାମକ ଏକ ଫୋନ । ଏହି ଫୋନରେ ୫୦୦୦ mAhର ଏକ ପାୱାରଫୁଲ ବ୍ୟାଟେରୀ ରହିଛି । ଫଳରେ ଫୋନକୁ ଦୀର୍ଘ ସମୟ ଚାର୍ଜରେ ରଖିବ ।  ସ୍ମାର୍ଟଫୋନର ମୂଲ୍ୟ ୬୧୯୯ଟଙ୍କା ରଖାଯାଇଛି । ମିଣ୍ଟ ଗ୍ରୀନ, କୋରଲ ଗୋଲ୍ଡ ଓ ମେଟାଲିକ ବ୍ଲାକ ଏହି ତିନି ରଙ୍ଗରେ ବଜାରକୁ ଆସିଛି ।

ଇନଫିନିକ୍ସ ସ୍ମାର୍ଟ9hd ହେଉଛି ସ୍ମାର୍ଟ8HDର ଏକ ଅପଗ୍ରେଡ୍ ଭର୍ସନ । ଏଥିରେ IP54 ରେଟିଂ ଦିଆଯାଇଛି, ଯାହା ଏହାକୁ ଧୂଳି ଏବଂ ପାଣିରୁ ରକ୍ଷା କରିବ । ଏହି ସ୍ମାର୍ଟଫୋନରେ ୬.୭ ଇଞ୍ଚର HD + ପଞ୍ଚ-ହୋଲ୍ ଡିସପ୍ଲେ ଦିଆଯାଇଛି । ୯୦ Hz ର ରିଫ୍ରେସ୍ ରେଟ୍ ଏବଂ ୫୦୦ ନିଟ୍ ର ପିକ୍ ବ୍ରାଇଟନେସକୁ ସପୋର୍ଟ କରୁଛି ଫୋନ୍ । ଏଥିରେ ୩ GB RAM ( ୩ ଭର୍ଚୁଆଲ୍ RAM) ଏବଂ ୬୪ GBର ଇଣ୍ଟରନାଲ ଷ୍ଟୋରେଜ୍ ଅଛି । ଏଥିରେ ଡୁଆଲ୍ ଫ୍ଲାସ୍ ସହିତ ୧୩MPର ରିୟର କ୍ୟାମେରା ଓ ଅନ୍ୟପଟେ ସେଲଫି ପାଇଁ ଡିଭାଇସରେ ୮ MPର ଫ୍ରଣ୍ଟ କ୍ୟାମେରା ଅଛି ।

୫୦୦୦mAh ବ୍ୟାଟେରୀ ଏଥିରେ ଦିଆଯାଇଛି । ଏହି ବ୍ୟାଟେରୀ ୧୪.୫ ଘଣ୍ଟା ଭିଡିଓ ପ୍ଲେବ୍ୟାକ୍ ଏବଂ ୮.୬ ଘଣ୍ଟା ପର୍ଯ୍ୟନ୍ତ ଗେମ୍ ଖେଳିବା ପାଇଁ ବ୍ୟାକଅପ୍ ପ୍ରଦାନ କରୁଛି ।

ଏହାର ସେଲ୍ ଫେବୃଆରୀ ୪ରୁ ଆରମ୍ଭ ହେବ । ଏହି ଫୋନ୍ କମ୍ପାନୀର ଅଫିସିଆଲ୍ ୱେବସାଇଟରୁ କିଣିପାରିବେ ।

 

 

Comments are closed.