Latest Odisha News

BREAKING NEWS

ଓଡ଼ିଶାକୁ ଇନ୍‌ଫ୍ଲୁଏଞ୍ଜା ଭୟ, ସତର୍କ ରହି ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାକୁ ଫେରିଲା କି H1N1 ଭୟ। ଦିଲ୍ଲୀ, କର୍ଣ୍ଣାଟକ ପରେ ଏବେ ଓଡ଼ିଶାରେ ବି ଏନେଇ ସତର୍କତା ଜାରି କରାଗଲାଣି। ଦିଲ୍ଲୀ, କର୍ଣ୍ଣାଟକ ଓ କେରଳରେ H1N1 ଭାଇରସ ସ୍ୱାଇନ୍ ଫ୍ଲୁରେ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଏହି ଭାଇରସ ହରିୟଣା, ପଞ୍ଜାବ ଓ ୟୁପିରେ ମଧ୍ୟ ଚିହ୍ନଟ ହେଲାଣି । ଝାଡ଼ଖଣ୍ଡ ବି ଆର୍ଲଟରେ ଅଛି । ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଲୋକ ଯାତାୟାତ କରୁଛନ୍ତି । ସାରା ଓଡ଼ିଶାରେ ୫୨ରୁ ୬୦ପ୍ରତିଶତ ଲୋକ ଥଣ୍ଡା, କାଶ ଓ ଜ୍ୱରରେ ଆକ୍ରାନ୍ତ । ଏହାକୁ ଆମେ ଏବେ ଇନଫ୍ଲୁଏଞ୍ଜା ବି ବୋଲି କୁହାଯାଉଥିବା ବିଶେଷଜ୍ଞ କହିଛନ୍ତି।

ଏହି ସ୍ୱାଇନ୍ ଫ୍ଲୁ ପୂର୍ବରୁ ବହୁତ ଜୀବନ ନେଇଛି। ଏବେ ବିଭିନ୍ନ ରାଜ୍ୟକୁ ତାହା ବ୍ୟାପିବାରେ ଲାଗିଛି। ସେ ଦୃଷ୍ଟିରୁ ଆମକୁ ସତର୍କ ରହିବାକୁ ପଡ଼ିବ। ସାଧାରଣ ଜ୍ୱର ଓ ସ୍ୱାଇନ ଫ୍ଲୁ ମଧ୍ୟରେ ତଫାତ ଅଛି। ଏବେ ଯେଉଁ ସାଧାରଣ ଜ୍ୱର ହେଉଛି ଥଣ୍ଡା, କାଶ ଭଳି ଲକ୍ଷଣ ଦେଖା ଦେଉଛି। ହାତଗୋଡ ଦରଜ କମ ହୁଏ। ୩-୫ ଭିତରେ ଜ୍ୱର କମିଯାଏ। ରୋଗୀ ଗୁରୁତର ହୁଏନି। ହେଲେ ସ୍ୱାଇନ ଫ୍ଲୁ ହେଲେ ଜ୍ୱର ପ୍ରବଳ ହୁଏ। ରୋଗୀ ଗୁରୁତର ହୁଏ। ଶରୀର ପୁରା ଦରଜ ହୁଏ।

ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ସୃଷ୍ଟି ହୁଏ । ୮ ରୁ ୧୦ଦିନ ଜ୍ୱର ଲାଗିରହେ । ଏଥିପାଇଁ ଗର୍ଭବତୀ ମହିଳା, ଛୋଟ ପିଲା ବରିଷ୍ଠ ନାଗରିକ, କ୍ୟାନ୍ସର ରୋଗୀ ଏଡ୍‌ସ ରୋଗୀ ଅଧିକ ସତର୍କ ରହିବା ଉଚିତ୍। ସ୍ୱାଇନ୍ ଫ୍ଲୁ ପାଇଁ ଟିକା ବାହାରିଛି। ଏହାକୁ ମଧ୍ୟ ନେଲେ ଭଲ। ଏହାଛଡ଼ା ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରଖିବା ଉଚିତ୍ ଉଚିତ୍ ବୋଲି ସେ କହିଛନ୍ତି।

Leave A Reply

Your email address will not be published.