Latest Odisha News

BREAKING NEWS

ଜଗତସିଂହପୁର‌‌‌‌‌‌‌‌ରେ RBI ଲୋକପାଳ ଅଫିସ ପକ୍ଷରୁ ଟାଉନ୍ ହଲ୍ କାର୍ଯ୍ୟକ୍ରମ

ଜଗତସିଂହପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ (RBI Ombudsman) ଅଫିସ ଦ୍ୱାରା ଜଗତସିଂହପୁର‌‌‌‌‌‌‌‌ ‌‌‌‌ରେ ବ୍ୟାଙ୍କ ଗ୍ରାହକ ମାନଙ୍କ ସଚେତନତା ପାଇଁ ଏକ ଟାଉନ ହଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଲୋକପାଳ(Ombudsman) ପଙ୍କଜ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ଅଭିଭାଷଣରେ ରିଜର୍ଭ ବ୍ୟାଙ୍କ ସମନ୍ଵିତ ଲୋକପାଳ ଯୋଜନା (ଇଣ୍ଟିଗ୍ରେଟେଡ୍ ଓମ୍ବୁଡ୍ସମ୍ୟାନ୍ସ୍କିମ୍), 2021 ଉପରେ ଆଲୋଚନା କରି ସ୍ପଷ୍ଟ କରିଛନ୍ତି ଏହି ସ୍କିମ୍ ହେଉଛି ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଆରବିଆଇ ଦ୍ୱାରା ସ୍ଥାପିତ ଏକ ବିକଳ୍ପ ଅଭିଯୋଗ ସମାଧାନ (ADR) ପ୍ରଣାଳୀ।

ବ୍ୟାଙ୍କ, NBFC ଏବଂପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପରି ରିଜର୍ଭ ବ୍ୟାଙ୍କ ଦ୍ଵାରା ନିୟନ୍ତ୍ରିତ ସଂସ୍ଥାମାନଙ୍କର ଗ୍ରାହକଙ୍କର ଉକ୍ତ ସଂସ୍ଥା ଦ୍ଵାରା ପ୍ରଦତ୍ତ ସେବାରେ ଅଭାବଜନିତ ଯଦି କୌଣସି ଅଭିଯୋଗ ଥାଏ, ତେବେ ଗ୍ରାହକ ପ୍ରଥମେ ସମ୍ପୃକ୍ତ ସଂସ୍ଥା ନିକଟରେ ଅଭିଯୋଗ କରିବେ । ଯଦି ୩୦ ଦିନ ମଧ୍ୟରେ ଉକ୍ତ ସଂସ୍ଥା ଗ୍ରାହକଙ୍କ ସମସ୍ୟାର ସମାଧାନ ନ କରେ କିମ୍ବା ଉକ୍ତ ସଂସ୍ଥାଦ୍ଵାରା ପ୍ରଦତ୍ତ ସମାଧାନରେ ଗ୍ରାହକ ସନ୍ତୁଷ୍ଟ ନୁହଁନ୍ତି କିମ୍ବା ୩୦ ଦିନ ମଧ୍ୟରେ ଉକ୍ତ ସଂସ୍ଥା ଗ୍ରାହକଙ୍କୁ କୌଣସି ଉତ୍ତରନ ଦିଅନ୍ତି । ତେବେ ଅସନ୍ତୁଷ୍ଟ ଗ୍ରାହକ ଆରବିଆଇ ଲୋକପାଳ (RBIOmbudsman)ଙ୍କ ନିକଟରେ ଅଭିଯୋଗ କରି ପାରିବେ ।

ଅଭିଯୋଗ ଦାଖଲ କରିବାର ସହଜ ଉପାୟ ହେଉଛି ଏହାକୁ https://cms.rbi.org.in ପୋର୍ଟାଲ ମାଧ୍ୟମରେ ଅନଲାଇନ ଫାଇଲ କରିବା । ଅଭିଯୋଗକାରୀ ତୁରନ୍ତ ଅଭିଯୋଗ ନମ୍ବର ସହିତ ଏକ ସ୍ୱୀକୃତି ପତ୍ର ପାଆନ୍ତି, ଯାହା ଅଭିଯୋଗର ଅଗ୍ରଗତି ଜାଣିବା ପାଇଁ ବ୍ୟବହାର କରି ପାରିବେ । ଅଭିଯୋଗ ଦାଖଲ କରିବା ସମୟରେ, ଅଭିଯୋଗକାରୀ ତାଙ୍କ ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ଦେବା ଉଚିତ ।

ବ୍ୟାଙ୍କଗ୍ରାହକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସାଇବର ଜାଲିଆତି ବିଷୟରେ ଆଲୋଚନା କରି ଶ୍ରୀନାୟକ କହିଥିଲେ, ସାଇବର ଠକ ମାନେ ଏବେ ଏଟିଏମ୍ କାର୍ଡ କ୍ଲୋନିଂ ନକରି ମୋବାଇଲ୍ ବ୍ୟାଙ୍କିଂ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଗ୍ରାହକଙ୍କୁ ଠକିବା କାମ କରୁଛନ୍ତି । ସାଇବର ଠକମାନେ ବିଭିନ୍ନ କଳ କୌଶଳ ବ୍ୟବହାରକରି, ସରଳ ଗ୍ରାହକଙ୍କଠାରୁ ବ୍ୟାଙ୍କ ଖାତା ସମ୍ଭନ୍ଧିତ ଗୋପନୀୟ ତଥ୍ୟ ସଂଗ୍ରହ କରୁଛନ୍ତି ସେମାନଙ୍କ ଆକାଉଣ୍ଟରୁ ଜାଲିଆତି କରି ଟଙ୍କା ହଡପ କରୁଛନ୍ତି । ଲୋକମାନେ “ଭୟ” “ଲୋଭ” ଏବଂ “ଅଜ୍ଞତା” ହେତୁ ସାଇବର ଠକମାନଙ୍କ ଜାଲରେ ପଡ଼ନ୍ତି ।

ଶ୍ରୀ ନାୟକ ତାଙ୍କ ଭାଷଣରେ ନିରାପଦ ଡିଜିଟାଲ ବ୍ୟାଙ୍କିଂ ସମ୍ପର୍କୀୟ ଅନେକ ଉପାଦେୟ ତଥ୍ୟ କହିଥିଲେ ଏବଂ ଉପସ୍ଥିତ ଶ୍ରୋତା ମାନଙ୍କୁ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରି ଇଣ୍ଟରନେଟରୁ କଷ୍ଟମର-କେୟାର ଫୋନ ନମ୍ବର ନ ଖୋଜି ଡେବିଟକାର୍ଡ/କ୍ରେଡିଟକାର୍ଡରେ ଦିଆଯାଇଥିବା ଫୋନ ନମ୍ବର କିମ୍ବା ବ୍ୟାଙ୍କ / ଅନୁଷ୍ଠାନର ୱେବସାଇଟରେ ଦିଆଯାଇଥିବା ଫୋନ ନମ୍ବରକୁ ବ୍ୟବହାର କରିବାକୁ ତଥା ଆର୍ଥିକ କାରବାର କରିବା ପାଇଁ କେବଳ ସୁରକ୍ଷିତ ୱେବସାଇଟ୍, ଯାହାର URLରେ https ଅଛି, ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।

ଆରବିଆଇ ଅଧିକାରୀମାନେ RB-IOS, 2021 ଏବଂଡିଜିଟାଲ୍ଠ କେଇ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ । ଏହି ଆଲୋଚନାରେ ଶ୍ରୀଆଶିଷ ରାଜମଣି କେର୍କେଟା, ଡେପୁଟିଓମ୍ଫେଡ୍ସମ୍ୟାନ୍ ଏବଂ ଆରବିଆଇର ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ଏବଂ ଶ୍ରୋତାମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଗୌତମ ପାତ୍ର, ଜିଏମ ୟୁକୋ ବ୍ୟାଙ୍କ ଦେବବ୍ରତ ମହାଂନ୍ତି, ଡିଜିଏମ ୟୁକୋ ବ୍ୟାଙ୍କ ପ୍ରଶାନ୍ତ କୁମାର ,ଡିଜିଏମ, ଏସବିଆଇ ବାପୁଜୀ ସୁବୁଧି, ଏଲ.ଡି.ଏମ, ୟୁ କୋ ବ୍ୟାଙ୍କ ଜଗତସିଂହପୁର‌‌‌‌‌‌‌‌ ତଥା ଅନ୍ୟାନ୍ୟ ବ୍ୟାଙ୍କ ଅଧିକାରୀ ମଧ୍ୟଉପସ୍ଥିତ ଥିଲେ ।

Leave A Reply

Your email address will not be published.