Latest Odisha News

BREAKING NEWS

ପିପରଫ୍ରାଏ ପକ୍ଷରୁ କଟକରେ ନୂତନ ଷ୍ଟୁଡିଓର ଶୁଭାରମ୍ଭ

କଟକ: ଅଗ୍ରଣୀ ଇ-କମର୍ସ ଆସବାବପତ୍ର ଓ ଗୃହୋପକରଣ ସାମଗ୍ରୀ କଂପାନି ପିପରଫ୍ରାଏ ପକ୍ଷରୁ କଟକରେ ଏହାର ପ୍ରଥମ ଷ୍ଟୁଡିଓ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭାରତରେ ହୋମ୍ ଓ ଲିଭିଂସ୍ପେସ୍‌ରେ ଏହାର ଓମ୍‌ନି ଚ୍ୟାନେଲ୍‌ ଗ୍ରାହକ ସଂପୃକ୍ତିକୁ ସୁଦୃଢ଼ କରିବା ଓ ସ୍ୱତନ୍ତ୍ର ବଜାରରେ ପ୍ରବେଶ କରିବା ଲାଗି କଂପାନି ରରଖିଥିବା ଲକ୍ଷ୍ୟ ଅନୁସାରେ ଏହି ଅଫଲାଇନ୍‌ ସମ୍ପ୍ରସାରଣ କରାଯାଇଛି ।

ପିପରଫ୍ରାଏର ଷ୍ଟୁଡିଓ ଉପସ୍ଥିତି ବର୍ତ୍ତମାନ ଦେଶର ୧୦୦ରୁ ଅଧିକ ସହରରେ ୨୦୦ରୁ ଅଧିକ ଷ୍ଟୁଡିଓ ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି । ପିପରଫ୍ରାଏ ଷ୍ଟୁଡି ଓ ଗୁଡ଼ିକ ଭାରତରେ ଆସବାବପତ୍ରର ଖୁଚୁରା ଦୃଶ୍ୟପଟ୍ଟର ରୂପାନ୍ତରଣ କରିଛି । ଫୋଫୋ ଷ୍ଟୁଡିଓର ସମ୍ପ୍ରସାରଣ ଦ୍ୱାରା କଂପାନିର ଓମନି ଚ୍ୟାନେଲ୍‌ ରଣନୀତି ଆଗକୁ ବଢ଼ୁଛି ଏବଂ ଏହା ବର୍ତମାନ ୯୦ରୁ ଅଧିକ ସ୍ୱତନ୍ତ୍ର ସହଯୋଗୀଙ୍କ ସହ କାର୍ଯ୍ୟ କରୁଛି ।

କିଚେନ୍‌ ସିଟି ସହଯୋଗରେ ଶୁଭାରମ୍ଭ କରାଯାଇଥିବା ନୂଆ ଷ୍ଟୁଡିଓ କଟକର ଫୁଲନଖରାସ୍ଥିତ ହାଭେଲ୍‌ସ ସୋ’ରୁମ୍ ଓ ବିଗ୍‌କପ୍‌ କାଫେ ପାଖ ପାହାଳ ନଖରା ଭଳି ପ୍ରମୁଖ ସ୍ଥାନରେ ସ୍ଥାପିତ ହୋଇଛି ଯାହା ୭୧୨ ବର୍ଗଫୁଟର କାର୍ପେଟ୍ ଅଞ୍ଚଳରେବ୍ୟାପିଛି । ଏହା ଗ୍ରାହକ ମାନଙ୍କୁ ଫର୍ଣ୍ଣିଚର ଓ ହୋମ୍ ପ୍ରଡକ୍ଟସ୍‌ର ଅସୀମିତ କାଟେଲଗ୍‌ର ପ୍ରଥମ ଅନୁଭୂତି ପ୍ରଦାନ କରୁଛି । କଂପାନିର ଇଟେଂରିୟର ଡିଜାଇନର ପରାମର୍ଶଦାତାଙ୍କଠାରୁ ଗ୍ରାହକମାନେ ସ୍ୱତନ୍ତ୍ର ଡିଜାଇନ୍ ପରାମର୍ଶ ପାଇପାରିବେ । ଓଡ଼ିଶାର ହୋମ୍ ଓ ଲିଭିଂ କଷ୍ଟମରମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପାଇଁ ବ୍ୟକ୍ତିଗତ ସୁହାଇବା ଭଳି ଅନଭୂତି ପ୍ରଦାନ କରିବାକୁ ଭୁବନେଶ୍ୱରର ଏହି ଷ୍ଟୁଡିଓ ଲକ୍ଷ୍ୟ ରଖିଛି ।

ଏହି ଶୁଭାରମ୍ଭ ଅବସରରେ ପିପରଫ୍ରାଏର ଫ୍ରାଂଚାଇଜି ଆଣ୍ଡ୍ ଆଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ଅମୃତା ଗୁପ୍ତା କହିଛନ୍ତି, “କିଚେନ୍‌ ସିଟି ସହଯୋଗିତାରେ କଟକରେ ଆମର ନୂଆ ଷ୍ଟୁଡିଓର ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଆନନ୍ଦିତ । ପ୍ରିପରଫ୍ରାଏର ଫ୍ରାଂଚାଇଜ୍ ହେଉଛି ଏକ ଉଦ୍ୟମିତା ସଫଳତା ଏବଂ ଆମେ ମେଟ୍ରୋପଲିଟାନ୍ ଓ ଟାୟାର ୧ ସହରର ବଡ଼ ଅଂଚଳଠାରୁ ବାହାରେ ଥିବା ଗ୍ରାହକଙ୍କ ପାଖରେ ପହଂଚିବାକୁ ଲକ୍ଷ୍ଯ ରଖିଛୁ । ଆମ ଫ୍ରାଂଚାଇଜ ସହଯୋଗୀଙ୍କ ମଧ୍ୟରେ ରହିଛି ସଫଳ ବ୍ୟବସାୟୀ, ମହିଳାଉଦ୍ୟୋଗୀ, ଏକ୍ସ ଆର୍ମି ଅଧିକାରୀଏବଂ ପ୍ରଥମ ଥର ଉଦ୍ୟୋଗୀଙ୍କ ମିଶ୍ରଣ । ବର୍ତ୍ତମାନ ଆମ ପେପର ଫ୍ରାଏଗ୍ରାହକଙ୍କ ଏକ ବଡ଼ଭାଗ ସହିତ ଆଲୋଚନା ଏଆର ଓ ଭର୍ଚୁଆଲ ପ୍ରଡକ୍ଟ ଇଟଂରାକ୍ସନକୁ ବ୍ୟବହାର କରାଯାଉଛି ।ସାରାବିଶ୍ୱରେ ଘର ନାମକ ଏକ ଭାବନା ଜାଗ୍ରତ କରିବା ଲାଗି ଆମର ରହିଥିବା ଲକ୍ଷ୍ୟ ଅନୁସାରେ ଶ୍ରେଷ୍ଠ ଗ୍ରାହକ ସେବା ପ୍ରଦାନ କରିବା ଲାଗି ଆମେ ନିରନ୍ତର ଉଦ୍ୟମକରୁଛୁ ।’’

ଫ୍ରାଂଚାଇଜି ଷ୍ଟୁଡିଓର ମାଲିକ ସୁପ୍ରକାଶ ମିଶ୍ର କହିଛନ୍ତି “ପିପର ଫ୍ରାଏ ସହ ଆମ ସହଯୋଗିତା ୨୦୨୧ ପରଠାରୁ ରହିିଛି ଯେତେବେଳେ ଭୁବନେଶ୍ୱରର ୟୁନିଟ୍-୪ରେ ଆମେ ପିପରଫ୍ରାଏ୍‌ ସହ ଆମର ପ୍ରଥମ ଫ୍ରାଂଚାଇଜି ଷ୍ଟୁଡିଓର ଶୁଭାରମ୍ଭ କରିଥିଲୁ । ପିପର ଫ୍ରାଏ ସହ ଏହା ଆମର ଦ୍ୱିତୀୟ ଷ୍ଟୋର ଏବଂଭାରତର ଅଗ୍ରଣୀଗୃହ ଓ ଆସବାବପତ୍ର ମାର୍କେଟ ପ୍ଲେସ୍‌ ସହ ସହଯୋଗିତା ସ୍ଥାପନ କରି ଆମେବ ହୁତଖୁସି । ଏକ ଭିନ୍ନ ଓମନି ଚାନେଲ୍‌ର ଅଗ୍ରଦୂତ ସାଜିଛି ପିପର ଫ୍ରାଏ ଏବଂ ହୋମ୍ ଓ ଫର୍ଣ୍ଣିଚର ବ୍ୟବସାୟର ସର୍ବବୃହତ ଓ ମନି ଚ୍ୟାନେଲ୍‌ ସୃଷ୍ଟି କରିବା ଯାତ୍ରାର ଅଂଶ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ।’’

୨୦୧୭ରେ ଶୁଭାରମ୍ଭ ହୋଇଥିବା ପିପର ଫ୍ରାଏ ଫ୍ରାଂଚାଇଜି ବ୍ୟବସାୟ ମଡେଲ୍ ପିପରଫ୍ରାଏ ପକ୍ଷରୁ ବରାଦ ପୂରଣ ଓ ବିକ୍ରି ପରବର୍ତ୍ତୀ ସେବା, ଷ୍ଟୁଡି ଓଡିଜାଇନ, ଶୁଭାରମ୍ଭ ଓ ସ୍ଥାପନ, ପରିଚାଳନା ମାର୍ଗ ଦର୍ଶନ, ମାର୍କେଟିଂ ଓ ପ୍ରଚାର ଭଳି ସହାୟତା ପ୍ରଦାନ କରୁଛି । ହାଇପର ଲୋକାଲ ଚାହିଦା ଚକ୍ର ଓ ଧାରା ବିଷୟରେ ଅବଗତ ଥିବା ସ୍ଥାନୀୟ ଉଦ୍ୟୋଗୀଙ୍କ ସହ ପିପର ଫ୍ରାଏ ସହଯୋଗିତା ସ୍ଥାପନ କରୁଛି । ପିପର ଫ୍ରାଏ ପ୍ରତିମାସରେ ୮-୯ଟି ଫ୍ରାଂଚାଇଜି ଖୋଲୁଛି ।

ପିପର ଫ୍ରାଏର ଅଫଲାଇନ୍‌ ଉପସ୍ଥିତି ବଢ଼ାଇବା ପାଇଁ ୨୦୨୧ରେ ପିପର ଫ୍ରାଏ ଆସେଲେଟର ପ୍ରୋଗ୍ରାମ ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଏକ ବଡ଼ ଭିନ୍ନତାହେଉଛି ଫ୍ରାଂଚାଇଜି ସହଯୋଗୀଙ୍କ ପାଇଁ ଦରକାର ହେଉଥିବା ପୁଂଜିବ୍ୟୟ (କ୍ୟାପେକ୍ସ) ଯାହା ୧୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।ଏହି ମଡେଲ୍ ୧୦୦% ମୂଲ୍ୟ ସମାନତା ଉପରେ ପର୍ଯ୍ୟବେସିତ ଓ ସହଯୋଗୀଙ୍କୁ ଉତ୍ପାଦର ଷ୍ଟକ ଧରି ରଖିବାକୁ ପଡ଼ିବନି । ଯାହା ଏହି ବ୍ୟବସାୟ ସହଯୋଗିତାକୁ ଉଭୟଙ୍କ ପାଇଁ ଲାଭ ଦାୟକ କରିପାରିଛି ।

Leave A Reply

Your email address will not be published.