Latest Odisha News

BREAKING NEWS

କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ଏହି କମ୍ପାନୀ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନଫୋସିସ୍ ଲିମିଟେଡ୍ ଏବଂ କନସଲଟିଂ ଓ ଆଉଟସ‌ୋର୍ସିଂ କମ୍ପାନୀ Accenture Plc ଭାରତରେ ସେମାନଙ୍କ କର୍ମଚାରୀଙ୍କ କୋଭିଡ ଟିକାକରଣ ଖର୍ଚ୍ଚ ବହନ କରିବେ ବୋଲି ସୂଚନା ଦେଇଛନ୍ତି।

ଭାରତରେ ଟୀକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଠାରୁ ଆରମ୍ଭ ହୋଇଛି ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗରେ ପିଡିତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଟିକାକରଣ ମାଗଣା ଥିବାବେଳେ ଘରୋଇ ଡାକ୍ତରଖାନାଗୁଡ଼ିକ ଡୋଜ ପିଛା ୨୫୦ରୁ ଅଧିକ ଟଙ୍କା ରହିଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ଗୁଡିକ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଟିକାକରଣ ପାଇଁ  ଇନଫୋସିସ୍ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ଆଲୋଚନା କରୁଛନ୍ତି। ଏଭଳି ସୂଚନା ଦେଇଛନ୍ତି ଇନଫୋସିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ରାଓ।

Accenture ବ୍ୟତୀତ ମହିନ୍ଦ୍ରା ଗ୍ରୁପ୍ ଏବଂ କଞ୍ଜ୍ୟୁମର ଗୁଡସ୍ କମ୍ପାନୀ ଆଇଟିସି ଲିମିଟେଡ୍ ସମେତ ଅନେକ ଭାରତୀୟ କମ୍ପାନୀ ଜାନୁଆରୀରେ ସେମାନଙ୍କ କର୍ମଚାରୀଙ୍କ ପାଇଁ କୋଭିଡ-୧୯ ଟିକା କିଣିବା ନେଇ ଚିନ୍ତା କରୁଥିବା ସୂଚନା ମିଳିଛି।

Leave A Reply

Your email address will not be published.