Latest Odisha News

BREAKING NEWS

୭୦ ଏକରରେ ନୁହେଁ ୧୦୭ ଏକର ଜମିରେ ନିର୍ମାଣ ହେବ ରାମ ମନ୍ଦିର ପରିସର

ଅଯୋଧ୍ୟା: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଛି । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ସୂଚନା ଅନୁସାରେ, ଏବେ ରାମ ମନ୍ଦିର ପରିସର ୧୦୭ ଏକର ଜମିରେ ନିର୍ମାଣ ହେବ । ପୂର୍ବରୁ ୭୦ ଏକର ଜାଗାରେ ନିର୍ମାଣ ନେଇ ସ୍ଥିର ହୋଇଥିଲା । ଟ୍ରଷ୍ଟ ଅନୁସାରେ, ରାମ ଜନ୍ମଭୂମି ପରିସର ନିକଟରେ ୭ ହଜାର ୨୮୫ ସ୍କୋୟାର ଫୁଟର ଜମି କିଣାଯାଇଛି । ଯାହାପରେ ଏବେ ରାମ ମନ୍ଦିର ପରିସର ୧୦୭ ଏକର ଜମିରେ ନିର୍ମାଣ କରାଯିବ ।

ସୂଚନାଯୋଗ୍ୟ, ରାମ ଜନ୍ମଭୂମି ବିବାଦ ଉପରେ ସର୍ବୋଚ୍ଚ ଅଦଲାତଙ୍କ ଐତିହାସିକ ରାୟ ଆସିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ୩୭୦ ଜମି ମିଳିଥିଲା । ଯାହାକି ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିଲା । ଏବେ ଟ୍ରଷ୍ଟ ନିକଟରେ ଥିବା ଜାଗାକୁ କିଣିଛି । ଫଳରେ ରାମ ମନ୍ଦିର ପରିସରକୁ ଭବ୍ୟ ଓ ବିଶାଳ ରୂପରେ ନିର୍ମାଣ କରାଯାଇ ପାରିବ ।

୨୦୨୦ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ରାମ ମନ୍ଦିର ଲାଗି ଆଧାର ଶିଳା ରଖିଥିଲେ । ସେବେଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରାମ ମନ୍ଦିର ନକ୍ସାକୁ ମଧ୍ୟ ଅନୁମୋଦନ ମିଳି ସାରିଛି । ଟ୍ରଷ୍ଟ ଅନୁସାରେ, ରାମ ଜନ୍ମଭୂମି ପରିସରର ପ୍ରାୟ ୫ ଏକର ଜମିରେ ରାମଲଲାଙ୍କ ମନ୍ଦିର ହେବ । ଏହାବାଦ୍ ଅନ୍ୟ ସ୍ଥାନରେ କେତେକ ମନ୍ଦିର ନିର୍ମାଣ ହେବ । ଶ୍ରଦ୍ଧାଳୁଙ୍କ ଲାଗି ସୁବିଧା ସହ ମ୍ୟୁଜିୟମ୍, ଲାଇବ୍ରେରୀ ନିର୍ମାଣ କରାଯିବ ।

ବର୍ଷ ଆରମ୍ଭରେ ଟ୍ରଷ୍ଟ ଦେଶବ୍ୟାପୀ ଚାନ୍ଦା ଅଭିଯାନ କରିଥିଲେ । ଟ୍ରଷ୍ଟ ଅନୁସାରେ, ପ୍ରାୟ ୨୧୦୦ କୋଟି ଚାନ୍ଦା ମିଳିଛି । ୪୪ ଦିନ ଧରି ଚାଲିଥିବା ରାମ ମନ୍ଦିର ନିଧି ସମର୍ପଣ ଅଭିଯାନ ଦେଶରେ ଭିନ୍ନ ଭିନ୍ନ ଜାଗାରେ ଚାଲିଥିଲା ।

Leave A Reply

Your email address will not be published.