Latest Odisha News

BREAKING NEWS

ଲା଼ଞ୍ଚ ନେଇ ଗିରଫ ହେବା ପରେ ନିଲମ୍ବିତ ହେଲେ ଦଶମନ୍ତପୁର ଆଇଆଇସି

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି) ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

BjdElectrycity

ଗତ ଜୁଲାଇ ୨୮ ତାରିଖରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଚନ୍ଦ୍ରଭାନୁ ମହାନ୍ତି । ଜୁଲାଇ ୨୮ ତାରିଖରୁ ଏହି ନିଲମ୍ବନ ବ୍ୟବସ୍ଥା ଲାଗୁ ହେବ।

ଏକ ମାମଲାରେ ସହାୟତା କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଆଇଆଇସି ଗିରଫ ହୋଇଛନ୍ତି। ଦଶମନ୍ତପୁର ମହାନ୍ତିଙ୍କ ସହ ଏଏସ୍ଆଇ ଦୀପ୍ତି ହୀରା ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ସହାୟତା କରିବା ପାଇଁ ଦୁହେଁ ଜଣେ ଅଭିଯୋଗକାରୀଙ୍କୁ ୧୩ ହଜାର ଟଙ୍କାର ବେଆଇନ ଲାଞ୍ଚ ମାଗିଥିଲେ। ସେମାନେ କିଛି ଦିନ ତଳେ ୫ ହଜାର ଟଙ୍କା ନେଇଥିବା ବେଳେ ବାକି ୮ ହଜାର ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ।

କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ରେ ଏକ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ଯ, ରାଜ୍ୟରେ ଦୁର୍ନୀତି ମୁକ୍ତି ଦିଗରେ କାମ କରିବା ପାଇଁ ସରକାର ୫ଟି ବ୍ୟବସ୍ଥାକୁ ଗୁରୁତ୍ବ ଦେଉଛନ୍ତି। ହେଲେ ଏହାରି ଭିତରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଅଧିକାଂଶ ସରକାରୀ ଚାକିରିଆ, ଯେଉଁମାନେ କି ବିଭିନ୍ନ ପଦ ପଦବୀରେ ଥିଲେ।

Leave A Reply

Your email address will not be published.