Latest Odisha News

BREAKING NEWS

କାଚ ପରିି ମାଛ: ଯିଏ ଦେଖୁଛି ସିଏ ତାଜୁବ

ଦୁନିଆରେ ଅନେକ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯାହାକୁ କି ବେଳେବେଳେ ଆଖିରେ ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଜୀବ ଦେଖିବାକୁ ମିଳୁଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ସେମିତି ସୋସିଆଲ ମିଡ଼ିଆରେ ଏପରି ଏକ ମାଛର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ତାଜୁବ ହୋଇଯାଇଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କାଚପରି ଦେଖାଯାଉଥିବା ଏକ ମାଛକୁ ଜଣେ ବ୍ୟକ୍ତି ଧରିଛନ୍ତି । ଏହି ମାଛ ଏତେ ସ୍ୱଚ୍ଛ ଯେ, ଏହାକୁ ଧରିଥିବା ବ୍ୟକ୍ତିଙ୍କ ଆଙ୍ଗୁଠି ମାଛ ମାଧ୍ୟମରେ ଦୃଶ୍ୟମାନ ହେଉଛି । ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି, ମାଛର ଶରୀରରେ କୌଣସି ଅଙ୍ଗ ଯେଭଳି କଣ୍ଟା, ଗାଲି କିଛି ବି ଦୃଶ୍ୟମାନ ହେଉ ନାହିଁ, କେବଳ ଆଖି ଦୃଶ୍ୟମାନ ହେଉଛି । ବ୍ୟକ୍ତି ଜଣକ ଏହି ମାଛକୁ ନିଜ ହାତରେ ଧରି ବୁଲାଇ ବୁଲାଇ ଦେଖାଉଥିବା ସମୟରେ ତାହା ଛଟପଟ ମଧ୍ୟ ହେଉଛି । କିନ୍ତୁ ମାଛ ଶରୀରରେ କିଛି ଦେଖାଯାଉ ନାହିଁ ।

ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏହି ମାଛଟି କୌଣସି ଅଙ୍ଗ ବିନା କିପରି ଜୀବନ୍ତ? ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଆଉ କିଛି କହିଛନ୍ତି, ଯଦି ଏକ ବଡ଼ ଶିକାରୀ ପ୍ରାଣୀ ଏହିପରି ସ୍ୱଚ୍ଛ ହୋଇଯାଏ ତେବେ କ’ଣ ହେବ? ସେହିପରି କିଛି ଲୋକ ଭିଡିଓ ଉପରେ ସନ୍ଦେହ କରି ଏହାକୁ ନକଲି ବୋଲି କହିଛନ୍ତି ।

ନ୍ୟାସନାଲ୍ ଜିଓଗ୍ରାଫିକ୍‌ର ଏକ ୟୁଟ୍ୟୁବ୍ ଭିଡିଓ ଏବଂ ମୋଣ୍ଟେରୀ ୱେ ଆକ୍ୱାରିୟମ୍ ର ଏକ ରିପୋର୍ଟ ଅନୁଯାୟୀ, ଦୁନିଆରେ ଏପରି ଏକ ସ୍ୱଚ୍ଛ ମାଛ ଅଛି, ଯାହାକୁ ବାରେଲି ମାଛ କୁହାଯାଏ । କିନ୍ତୁ ଏହି ଭିଡିଓରେ ଦେଖାଯାଇଥିବା ମାଛଠାରୁ ତାହା ସମ୍ପୂର୍ଣ୍ଣ ଭିନ୍ନ ।

Leave A Reply

Your email address will not be published.