Latest Odisha News

BREAKING NEWS

ସରକାରଙ୍କର ଏହି ୫ଟି ଜରୁରୀ ଆପ୍ସ: ଫୋନରେ ନଥିଲେ ଆଜିହିଁ କରନ୍ତୁ ଇନଷ୍ଟଲ …

ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧା ପାଇଁ ଭାରତ ସରକାର କେତେକ ଆପ୍ସ ତିଆରି କରିଛି । ଗୁଗଲ ପ୍ଲେ ଷ୍ଟୋର ଓ ଏପ ଷ୍ଟୋରରେ ଏହା ସହଜରେ ଉପଲବ୍ଧ । ଏହି ଆପଗୁଡିକ ଆମର ଗୁରୁତ୍ୱପୂର୍ଣ୍ଣ କାମରେ ଲାଗିବ । ଆସନ୍ତୁ ଜାଣିବା ଏହି ୫ଟି ଆପର ନାମ ଏବଂ କାର୍ଯ୍ୟ କ’ଣ ।

ଡିଜିଲକର:

ଏହି ଆପର ସାଇଜ ୭.୨ ଏମବି । ଏଥିରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସୁରକ୍ଷା ସହକାରେ ରଖାଯାଇପାରିବ । ଡ୍ରାଇଭିଙ୍ଗ ଲାଇସେନ୍ସ ଓ ପ୍ୟାନ କାର୍ଡକୁ ଡିଜିଟାଲ ଫର୍ମାଟରେ ରଖାଯାଇପାରିବ । ଆବଶ୍ୟକ ପଡିଲେ ଏହାର ପ୍ରିଂଟ କଢ଼ାଯାଇ ପାରିବ । ଏହାକୁ ଠିକଣା ଭାବେ ବ୍ୟବହାର କଲେ ଆପଣଙ୍କୁ ହାର୍ଡକପିର ଆବଶ୍ୟକ ପଡିବ ନାହିଁ ।

ହିମ୍ମତ ପ୍ଲସ:

ମହିଳାମାନଙ୍କ ସୁରକ୍ଷା ପାଇଁ ସରକାର ଏହି ଆପ୍ସ ପ୍ରସ୍ତୁତ କରିଛି । ଦିଲ୍ଲୀ ପୋଲିସ ହୋମସାଇଟରୁ ବିଧିବଦ୍ଧ ଭାବେ ଏହାକୁ ରେଜିଷ୍ଟର କରିବାକୁ ପଡିବ । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ୟୁଜର ଏହା ମାଧ୍ୟମରେ ସିଧାସଳଖ ଦିଲ୍ଳୀ ପୋଲିସ କଂଟ୍ରୋଲ ରୂମକୁ ଆଲର୍ଟ କରିପାରିବ । ଏହାର ସାଇଜ୧୨ଏମବି ।

ଏମ ଆଧାର:

ୟୁଆଇଡିଏଆଇର ଏମ ଆଧାର ଆପ ମାଧ୍ୟମରେ ଆପଣ ଯେତେବେଳେ ଓ ଯେଉଁଠି ଚାହିଁବେ ଆଧାରକାର୍ଡ ବାହାର କରିପାରିବେ । ଏଥିରେ ଆଧାରକାର୍ଡକୁ ଡିଜିଟାଲ ଫର୍ମାଟରେ ରଖିପାରିବେ । ଏହି ଆପର ସାଇଜ ୪୫ ଏମବି ।

ମାଇ ଗଭ୍ :

ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ । ଏହି ପ୍ଲାଟଫର୍ମ ଜରିଆରେ ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟକୁ ଅସୁବିଧା ଏବଂ ପରାମର୍ଶ ଜଣାଇପାରିବେ ।

ଭୋଟର ହେଲ୍ପଲାଇନ :

ନିର୍ବାଚନ ସମ୍ପର୍କୀତ ସମସ୍ତ ତଥ୍ୟ ଏହି ସରକାରୀ ଆପରୁ ମିଳିପାରିବ । ଏହା ମାଧ୍ୟମରେ ଭୋଟର ଲିଷ୍ଟରେ ନିଜ ନାମ ଚେକ୍ କରିପାରିବେ । ଆଣ୍ଡ୍ରଏଡ ଫୋନରେ ଏହା ୧୬ ଏମସି ଓ ଆଇଓଏସ ପ୍ଲାଟଫର୍ମରେ ୧୫.୬ ଏମବି ରହିବ ।

Leave A Reply

Your email address will not be published.