Latest Odisha News

BREAKING NEWS

ଫୁଟବଲ କ୍ଲବ ବାର୍ସିଲୋନା ଗୋଟିଏ ବର୍ଷରେ ଆୟ କଲା ୬୬୩୭ କୋଟି ଟଙ୍କା !

ଭୁବନେଶ୍ୱର: ସ୍ପେନର ଫୁଟବଲ କ୍ଲବ ବାର୍ସିଲୋନା ଗତ ବର୍ଷ କରିଥିବା ଆୟର ପରିମାଣ ଜାଣିଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ ।

ବାର୍ସିଲୋନା ଗତବର୍ଷ ପାଖାପାଖି ୬୬୩୭ କୋଟି ଟଙ୍କାର ଆୟ କରିଛି । ଗୋଟିଏ ବର୍ଷରେ ଏତେ ମାତ୍ରାରେ ଆୟ କରି କ୍ଲବ ରେକର୍ଡ ସୃଷ୍ଟି କରିଛି ।

ଏହା ପୂର୍ବରୁ ଏତେ ମାତ୍ରାରେ ଆୟ କୌଣସି କ୍ଲବ କରି ନଥିଲା । ଏହି ମୁକାବିଲାରେ ରିୟଲ ମାଡ୍ରିଡ ୫୯୩୦ କୋଟି ଟଙ୍କା ସହ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ବ୍ରିଟେନର ମାଂଚେଷ୍ଟର ୟୁନାଇଟେଡ ୫୬୧୭ କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ରହିଛି ।

ଡେଲିଏଟ ଫୁଟବଲ ମନି ଲିଗ୍ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଜର୍ମାନୀର ବେୟର୍ନ ମ୍ୟୁନିକ୍ ୫୨୧୧ କୋଟି ଟଙ୍କା ଆୟ ସହ ୪ର୍ଥ ଏବଂ ପେରିସ ସେଂଟ ଜର୍ମନ ୫୦୨୦ କୋଟି ଟଙ୍କା ସହ ୫ମ ସ୍ଥାନରେ ରହିଛି ।

ଇଂଲଣ୍ଡର ଟୋଟେନହମ କ୍ଲବ ପ୍ରଥମ ଥର ପାଇଁ ଟପ୍ ୧୦ରେ ସ୍ଥାନ ପାଇଛି । ଏହି କ୍ଲବ ୪୧୧୪ କୋଟି ସହ ୮ମ ସ୍ଥାନରେ ରହିଛି ।

Leave A Reply

Your email address will not be published.