Latest Odisha News

BREAKING NEWS

ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ୍; ସୁରତରେ ପଶିଥିଲା, ବ୍ରହ୍ମପୁର ଏମ୍‌କେସିଜିରେ ବାହାରିଲା

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ରବିବାର ଏକ ଭିନ୍ନ ଧରଣର ଅ​‌ସ୍ତ୍ରୋପଚାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ପେଟ ଭିତରେ ଥିବା ଏକ ବଡ ଷ୍ଟିଲ ଗ୍ଲାସକୁ ଅ​‌ସ୍ତ୍ରୋପଚାର କରି ବାହାର କରାଯାଇଛି।

ସୁରତରେ ସାଙ୍ଗ ମାନଙ୍କ ସହ ମଦ୍ୟପାନ ବେଳେ କେତେକ ସାଙ୍ଗ ସଂପୃକ୍ତ ବ୍ୟକ୍ତିଙ୍କ ମଳ ଦ୍ବାର ରାସ୍ତାରେ ଗ୍ଳାସ୍‌ଟି ପୂରାଇ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ବାଲିପଦର ଅଞ୍ଚଳର ୪୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ସୁରତରେ ରହି କାମ କରନ୍ତି।

ପ୍ରାୟ ୧୦ ଦିନ ପୂର୍ବେ ସୁରତରେ ହିଁ ସେ ସାଙ୍ଗମାନଙ୍କ ସହ ମଦ୍ୟପାନ କରୁଥିଲେ। ନିଶାରେ ସାଙ୍ଗମାନେ ଏକ ଷ୍ଟିଲ୍‌ ଗ୍ଳାସକୁ ମଳ ଦ୍ବାର ରାସ୍ତାରେ ପଶାଇ ଦେଇଥିଲେ। ତେବେ ଏନେଇ ସେ କାହାକୁ କିଛି କହିନଥିଲେ।

କିନ୍ତୁ ପେଟ ଭିତରେ ଗ୍ଳାସ୍‌ ରହିଯାଇଥିବା ଯୋଗୁ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଏହାର ଦୁଇ ଦିନ ପରେ ସେ ସୁରତ ଛାଡି ନିଜ ଗାଁକୁ ଫେରିଥିଲେ।

ମଳଦ୍ବାରରେ ବନ୍ଦ ହୋଇଯାଇଥିବାରୁ ଦିନକୁ ଦିନ ପେଟ ଫୁଲିବାକୁ ଲାଗିଥିଲା। ପେଟ କାଟିବାରୁ ଶେଷରେ ବାଧ୍ୟ ହୋଇ ବ୍ୟକ୍ତି ଜଣଙ୍କ ଦୁଇ ଦିନ ତଳେ ଏମକେସିଜିକୁ ଆସିଥିଲେ ।

ତେବେ ଏଠାକାର ଡାକ୍ତର ମାନେ ମଳଦ୍ବାର ପଟୁ ହିଁ ଗ୍ଲାସ ଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୭ ଦିନରୁ ଅଧିକ ହୋଇଯାଇଥିବା ଯୋଗୁ ସମ୍ଭବ ହୋଇନଥିଲା ।

ଏହା ପରେ ତାଙ୍କର ଅ​‌ସ୍ତ୍ରାେପଚାର କରି ଗ୍ଲାସ ବାହାର କରିବାକୁ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ। ଶଲ୍ୟ ଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡା. ଚରଣ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ପ୍ରଫେସର ଡା. ସଞ୍ଜିତ କୁମାର ନାୟକ, ଡା. ସୁବ୍ରତ ବରାଳ, ଡା. ସତ୍ୟ ସ୍ବରୂପ, ଡା. ପ୍ରତିଭା ଓ ତାଙ୍କ ଟିମ ଦୀର୍ଘ ଦୁଇ ଘଣ୍ଟା ଧରି ସଂପୃକ୍ତ ବ୍ୟକ୍ତିଙ୍କ ଅ​‌​‌ସ୍ତ୍ରାେପଚାର କରିଥିଲେ।

ସଫଳ ଅ​​‌ସ୍ତ୍ରାେପଚାର ସହ ବ୍ୟକ୍ତିଙ୍କ ଅନ୍ତଃ ନଳୀ କଟାଯାଇ ସେହି ଗ୍ଲାସକୁ ବାହାର କରାଯାଇଥିଲା। ବର୍ତ୍ତମାନ ସେହି ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେ ସୁସ୍ଥ ହେଉଥିବା ଡାକ୍ତରମାନେ କହିଛନ୍ତି।

Leave A Reply

Your email address will not be published.