Latest Odisha News

BREAKING NEWS

ଆସନ୍ତୁ ଜାଣିବା କେତେ ରୋମାଂଟିକ ଥିଲା ଜ୍ୟାକି-ଆୟେଶାଙ୍କ ଲଭଷ୍ଟୋରୀ 

ମୁମ୍ବାଇ: ଫଲ୍ମ ଇଣ୍ଡଷ୍ଟ୍ରିରେ ଜଗୁ ଦାଦା ଭାବେ ପରିଚିତ ଜ୍ୟାକି ଶ୍ରଫଙ୍କ ଆଜି ଥିଲା ଜନ୍ମଦିନ । ଏହି ଅବସରରେ ଆସନ୍ତୁ ଜାଣିବା ଜ୍ୟାକି-ଆୟେଶାଙ୍କ ଲଭଷ୍ଟୋରି ସମ୍ପର୍କରେ । ଥରେ ଜ୍ୟାକି ରାସ୍ତା କଡରେ ଛିଡା ହୋଇଥିବା ବେଳେ ସ୍କୁଲ ୟୁନିଫର୍ମରେ ୧୩ ବର୍ଷୀୟା ଆୟେଶାଙ୍କୁ ଦେଖି ଆକର୍ଷିତ ହୋଇ ପଡିଥିଲେ । ଜ୍ୟାକି ତାଙ୍କ ନାମ ପଚାରିଥିଲେ, ଆୟେଶା କହିଲେ ମୁଁ ରେକର୍ଡିଂ ଷ୍ଟୋର ଆଡକୁ ଯାଉଛି । ଆପଣ ମୋ ସହିତ ଆସିବେ । ଜ୍ୟାକି ତାଙ୍କ ସହିତ ଯାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଏହା ପରେ ଅବଶ୍ୟ ଉଭୟ ପ୍ରେମରେ ପଡି ଯାଇଥିଲେ ।

ସେ ସମୟରେ ଜ୍ୟାକିଙ୍କ ପ୍ରଥମ ପ୍ରେମିକ ଆମେରିକା ପଢ଼ିବା ପାଇଁ ଯାଇଥିଲେ । ଆୟେଶାଙ୍କ ନିକଟରେ ୨ଟି ବିକଳ୍ପ ଥିଲା । ଜ୍ୟାକିଙ୍କୁ ଭୁଲିଯିବେ କିମ୍ବା ତାଙ୍କ ପ୍ରେମିକାଙ୍କୁ ସବୁ ସତ କହିବେ । ଆୟେଶା ଦ୍ୱିତୀୟ ବିକଳ୍ପ ବାଛିଥିଲେ । ସବୁ କିଛି ଠିକ ଠାକ ହୋଇଯାଇଥିଲା । ୧୯୮୭ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଆୟେଶା ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲେ । ମାତ୍ର ଜ୍ୟାକିଙ୍କ ପାଇଁ ସବୁ କିଛି ଛାଡି ଦେଇ ତାଙ୍କ ଛୋଟ ଘରକୁ ପଳାଇ ଆସିଥିଲେ । ଆୟେଶା, ଜ୍ୟାକିଙ୍କୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ।

Leave A Reply

Your email address will not be published.