Latest Odisha News

BREAKING NEWS

ଆମ୍ରି ହସ୍ପିଟାଲରେ ୯୨ ବର୍ଷୀୟ ବ୍ୟକ୍ତିଙ୍କର ସଫଳ ଆଣ୍ଠୁ ପ୍ରତିରୋପଣ

ଭୁବନେଶ୍ୱର : ପୂର୍ବ ଭାରତର ସବୁଠୁ ବୟସ୍କ ବ୍ୟକ୍ତିଙ୍କର ଆମ୍ରି ହସ୍ପିଟାଲରେ ସଫଳ ଆଣ୍ଠୁ ପ୍ରତିରୋପଣ କରାଯାଇଛି । ଏହି ବ୍ୟକ୍ତିଙ୍କର ବୟସ ୯୨ ବର୍ଷ ହୋଇଥିବା ବେଳେ ନାମ ଈଶ୍ୱର ଚନ୍ଦ୍ର ମହାନ୍ତି । ଅଭିଜ୍ଞ ଅସ୍ଥିସଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ ବେହେରା ତାଙ୍କର ଏହି ଅସ୍ତ୍ରୋପଚାର କରିଥିଲେ ।

ସାଧାରଣତଃ ବୟସାଧିକ ଲୋକଙ୍କର ଆଣ୍ଠୁ ପ୍ରତିରୋପଣ କରିବା କାଠିକର ପାଠ ହୋଇଥାଏ । ଏ ନେଇ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ବସନ୍ତ ବେହେରା କହିଛନ୍ତି, ଶ୍ରୀ ମହାନ୍ତି ଦୀର୍ଘ ଦିନ ହେଲା ଅସ୍ତ୍ରୋପଚାର ପାଇଁ ଡରୁଥିଲେ । ଗତ ସୋମବାର ସେ ଏଥିପାଇଁ ରାଜି ହେଲେ । ତାଙ୍କର କେବଳ ଚାଲିବା ବୁଲିବାରେ କଷ୍ଟ ବ୍ୟତୀତ ଅନ୍ୟାନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା । ସ୍ୱତନ୍ତ୍ର ନର୍ଭ ବ୍ଲକ ଅନେସ୍ଥେସିଆ ଦ୍ଵାରା ଯନ୍ତ୍ରଣା ମୁକ୍ତ ଆଣ୍ଠି ପ୍ରତିରୋପଣ କରାଯାଇଥିଲା । ଆଉ ସେ ୨୪ ଘଣ୍ଟାରେ ଚାଲିବା ପାଇଁ ସକ୍ଷମ ହେଲେ ।’

ବର୍ତ୍ତମାନ ଆଣ୍ଠୁଗଣ୍ଠି ପ୍ରତିରୋପଣରେ ଅତ୍ୟାଧୁନିକ ଚିକିସ୍ଛା ପଦ୍ଧତି ଅବଲମ୍ବନ କରାଯାଉଛି । ଅତ୍ୟାଧୁନିକ ନିଶ୍ଚେତନ ପଦ୍ଧତିରେ ବାର୍ଦ୍ଧକ୍ୟ ବ୍ୟକ୍ତିଙ୍କ ଠାରେ ସଫଳ ଅପରେସନ କରାଯାଇପାରୁଅଛି । ଏଥିପାଇଁ ଦରକାର ସବୁ ବିଭାଗର ଦକ୍ଷ ଡାକ୍ତର, ଅଭିଜ୍ଞ ନିଶ୍ଚେତକ, ଅତ୍ୟାଧୁନିକ ଆଇସିୟୁ ସୁବିଧା ଯାହାକି ଆମ୍ରି ହସ୍ପିଟାଲସରେ ଉପଲବ୍ଧ ରହିଛି ।

Leave A Reply

Your email address will not be published.