Latest Odisha News

[ଦେଖନ୍ତୁ ଭିଡିଓ] କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବ । ବାଲି କାଢିବା ଲାଗି ଆଜି ASI ପକ୍ଷରୁ ଭୂମି ପୂଜନ ହୋଇଛି । ଗର୍ଭଗୃହରୁ ବାଲି କଢ଼ାଯିବା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉନ୍ନତ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରି ବାଲି କଢ଼ାଯିବ । ଏନେଇ BDR ନିର୍ମାଣ ପ୍ରାଇଭେଟ୍ ଲିମିଟେଡ ନାମକ କମ୍ପାନୀକୁ ଟେଣ୍ଡର ମିଳିଛି ।

ଘରୋଇ କମ୍ପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ । ବାଲି କାଢିବା କାର୍ଯ୍ୟରେ ASIର କର୍ମଚାରୀ ନିୟୋଜିତ ହେବେ । ବୈଷୟିକ ଜ୍ଞାନ କୌଶଳ ଲାଗି ଘରୋଇ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଛି । ପ୍ରାଥମିକ ପର୍ଯ୍ୟାୟରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଛି ।

ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ପଟୁ ଗର୍ତ୍ତ କରି ବାଲି କଢାଯିବ । ଏନେଇ ASI ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି । ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ଗର୍ଭଗୃହରେ ୧୯୦୩ ମସିହାରେ ଇଂରେଜ ମାନେ ବାଲି ଭର୍ତ୍ତି କରିଥିଲେ । ଏବେ ୧୨୦ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଗର୍ଭଗୃହରୁ ବାଲି କଢ଼ାଯିବ ।

Leave A Reply

Your email address will not be published.