Latest Odisha News

BREAKING NEWS

ସ୍କୁଲ ବହିରେ ତ୍ରୁଟି ପ୍ରସଙ୍ଗ, ସରିଲା ତଦନ୍ତ

ଭୁବନେଶ୍ୱର: ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାରେ SCERT କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିର ତନାଘନା ସରିଛି। ପିଲାଙ୍କ ପାଠପଢ଼ା ବହିରେ ମାଳମାଳ ତ୍ରୁଟି ଘଟଣାରେ ତଦନ୍ତ ପାଇଁ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟିର ଅବଧି ସରିଛି। ୭ ଦିନ ଧରି ତନାଘନା କରିବା ପରେ ପୁସ୍ତକ ପ୍ରସ୍ତୁତିରେ କାହାର ଭୂମିକା କ’ଣ ରହିଥିଲା, କିଏ ଉତ୍ତରଦାୟୀ, କମିଟି ତାହା ଅନୁଧ୍ୟାନ କରିଛି।

ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ଯାଞ୍ଚ କରିବା ପରେ ଏକାଧିକ ଫାଇଲ ନେଇଛନ୍ତି। ମୁଖ୍ୟତଃ କଣ୍ଟେଣ୍ଟ ପ୍ରସ୍ତୁତି ଓ ବିକଶିତ କରାଯାଇଥିବା ଦସ୍ତାବିଜର ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି କମିଟି ରିପୋର୍ଟ ଦାଖଲ କରିପାରେ। ଏନେଇ କେଉଁ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ପାୱାର କରିଡରରେ ଚର୍ଚ୍ଚା ଚାଲିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତରେ ଶହଶହ ତ୍ରୁଟି ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ। ଲୋକସେବା ଭବନରୁ ଆରମ୍ଭ କରି ଗାଁ ଗହଳି ସବୁଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । SCERT ନିର୍ଦ୍ଦେଶିକା, ଉପ-ନିର୍ଦ୍ଦେଶକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଏହି ତ୍ରୁଟି ସମ୍ପର୍କରେ କରିଛନ୍ତି ପଚରାଉଚରା ।

Leave A Reply

Your email address will not be published.